ରାଜ୍ୟ

ଫିଲ୍ମ ଷ୍ଟାଇଲରେ ଚୋରି: ବିଳମ୍ବିତ ରାତିରେ ଘରର ଗ୍ରୀଲ କାଟି ଲୁଟି ନେଲେ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର

ପାରାଦୀପ (କେନ୍ୟୁଜ): ବିଳମ୍ବିତ ରାତ୍ରିରେ ଫିଲ୍ମ ଷ୍ଟାଇଲରେ ଘର କବାଟ ଭାଙ୍ଗି ଭିତରେ ପଶି ସୁନା,ରୂପା ଲୁଟି ନେଇଗଲେ ଲୁଟେରା । ଏହିଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ। ତିନିଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘରର ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା,ସୁନା,ରୁପା ଲୁଟି ନେଇଛନ୍ତି ।

ସୂଚନା ମୁତାବକ ବିଳମ୍ବିତ ରାତ୍ରିରେ ହସିଣା ଗ୍ରାମର ପ୍ରଶାନ୍ତ ପାଣିଙ୍କ ପରିବାର ଶୋଇଥିବା ବେଳେ ଘରର ଗ୍ରୀଲ କାଟି ମୁଖାପିନ୍ଧି ଥିବା ତିନିଜଣ ଯୁବକ ଘରେ ପଶିଥିଲେ । ଘରର ଜିନିଷ ପତ୍ର ଖେଳାଇବା ବେଳେ ପ୍ରଶାନ୍ତ ଉଠି ପଡି ସେମାନଙ୍କୁ ବିରୋଧ କରିଥିଲେ । ମାତ୍ର ଦୁବୃର୍ତ୍ତ ମାନେ ହାତରେ ଧରିଥିବା ଖଣ୍ଡାରେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ । ପ୍ରଶାନ୍ତଙ୍କ ବାମ ହାତରେ ବାଜିଛି ଖଣ୍ଡା ଚୋଟ । ଦୁବୃର୍ତ୍ତ ମାନେ ଘରେ ଥିବା ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବାର ଥାନାରେ ଅଭିଯୋଗ କରିଛନ୍ତି ପ୍ରଶାନ୍ତ । ଯେଉଥିରେ ଗୋଟିଏ ହାର, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ, ୩ ହଳ କାନଫୁଲ, ୧୧ ଟି ମୁଦି , ଗୋଟିଏ ଘଣ୍ଟା ଓ ୧୦ ହଜାର ନଗଦ ଟଙ୍କା ରହିଛି ।  ବିଳମ୍ବିତ ରାତ୍ରିରେ ଘଟଣା ଘଟିଥିଲେ ମଧ୍ଯ ପୋଲିସକୁ ଖବର ଦିଆଯାଇଥିଲା । କୁଜଙ୍ଗ ପୋଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ, ଦିନରେ ସ୍ଥିତିର ଅନୁଧ୍ୟାନ କରି ଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ବାରା ତଦନ୍ତ ଜାରି ରଖିଛି କୁଜଙ୍ଗ ପୋଲିସ ।

 

Barsha

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

8 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

15 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

22 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

30 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

32 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

40 mins ago