ଟେକ୍

Apple Vision Pro ସାଧାରଣ VR ଗ୍ଲାସ୍ ଠାରୁ ଭିନ୍ନ କାହିଁକି, ଜାଣନ୍ତୁ କେଉଁ କାମରେ ଏହାକୁ ବ୍ୟବହାର କରିପାରିବେ

Apple Vision Pro ର ସବୁ ସ୍ଥାନରେ ଚର୍ଚ୍ଚା ଚାଲିଛି । ୟୁଟ୍ୟୁବର୍ ଠାରୁ ସାଧାରଣ ୟୁଜରଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ କିଣୁଛନ୍ତି ଏବଂ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ଜାଣିଲେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇପାରନ୍ତି । ତେବେ ମାର୍କେଟରେ ଏହା ପ୍ରାୟ ୩ ଲକ୍ଷ ଟଙ୍କାରେ ମିଳୁଛି । ଏଭଳି ପରିସ୍ଥିତିରେ କେବଳ ଅଳ୍ପ ଲୋକ ଏହାକୁ କିଣି ପାରିବେ କାରଣ ଏହାର ଦାମ୍‌ ବହୁତ ଅଧିକ ରହିଛି । ଯଦି ଆପଣ ଏହାକୁ ଏକ ସାଧାରଣ VR ତଥା ଭର୍ଚୁଆଲ୍ ରିୟାଲିଟି ଗ୍ଲାସ୍ ଭାବୁଛନ୍ତି, ତେବେ ଆପଣ ଭୁଲ ଭାବୁଛନ୍ତି କାରଣ ଏହା ସେହି ଗ୍ଲାସ୍‌ ଠାରୁ ବହୁତ ଭଲ ଏବଂ ଭିନ୍ନ । ତେବେ ଆଜି ଆମେ ଆପଣଙ୍କୁ ଏହି Apple Vision Pro ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ବୁଝି ପାରିବେ ଯେ ଏହି ଗ୍ଲାସ୍‌ କାହିଁକି ଏତେ ମହଙ୍ଗା ।

ମିକ୍ସ ରିୟାଲିଟି : ଏହା VR ଏବଂ AR ଉଭୟ ଟେକ୍ନୋଲୋଜିରେ ବ୍ୟବହାର ହୋଇଥାଏ । ଯାହା ଆପଣଙ୍କୁ ଡିଜିଟାଲ୍ ଦୁନିଆକୁ ବାସ୍ତବ ଦୁନିଆ ସହିତ ମିକ୍ସ କରି ଦେଖାଇପାରିବ ।

ହାଇ ରିଜୋଲ୍ୟୁସନ ଡିସ୍‌ପ୍ଲେ : ତେବେ ଭଲ ସ୍କି୍ରନ୍‌ ପାଇଁ ହାଇ ରିଜୋଲ୍ୟୁସନ ଏବଂ OLED ଡିସ୍‌ପ୍ଲେ ଏଥିରେ ରହିଛି ।

ପ୍ରୋସେସର : ଏହି ଡିଭାଇସର ଭଲ ଡିସ୍‌ପ୍ଲେ ଏବଂ ଗ୍ରାଫିକ୍ସ ପାଇଁ ଆପଲ୍ M2 ଚିପ୍ ଏବଂ R1 ଚିପ୍ ମଧ୍ୟ ଏଥିରେ ରହିଛି ।

ମଲ୍ଟିପଲ୍ ସେନ୍ସର : ଏଥିରେ ୧୨ଟି କ୍ୟାମେରା, ୫ଟି ସେନ୍ସର ଏବଂ ୬ଟି ମାଇକ୍ରୋଫୋନ୍ ରହିଛି ଯାହା ଭଲ ଟ୍ରାକିଂ କରିବ ଏବଂ ଏଥିରେ 3D ମ୍ୟାପିଙ୍ଗ୍ ମଧ୍ୟ ରହିଛି ।

ବିଭିନ୍ନ ଆପ୍ ଏବଂ ଗେମ୍‌ : ଆପଲ୍ ଆପ୍ ଷ୍ଟୋର୍‌ରେ ରହିଥିବା ଏକାଧିକ VR ଏବଂ AR ଆପ୍ ଏବଂ ଗେମ୍‌ ସହିତ ଏହା ବିଭିନ୍ନ ପ୍ରକାରର କାମ କରିଥାଏ ।

ସାଧାରଣ VR ଗ୍ଲାସ୍‌ :
ଭର୍ଚୁଆଲ୍ ରିୟାଲିଟି : ଏହାକୁ କେବଳ VR ଟେକ୍ନୋଲୋଜି ବ୍ୟବହାର କରେ, ଯାହା ଆପଣଙ୍କୁ କେବଳ ଡିଜିଟାଲ୍ ଦୁନିଆ ଦେଖିବାକୁ ଅନୁମତି ଦେଇଥାଏ ।

କମ୍‌ ରିଜୋଲ୍ୟୁସନ ଡିସ୍‌ପ୍ଲେ : ଏଥିରେ କମ୍‌ ରିଜୋଲ୍ୟୁସନ ଏବଂ LCD ଡିସ୍‌ପ୍ଲେ ମଧ୍ୟ ରହିଛି ।

କମ୍ ପ୍ରୋସେସର : ତେବେ ଏଥିରେ କମ୍‌ ଡିସ୍‌ପ୍ଲେ ଏବଂ ଗ୍ରାଫିକ୍ସ ରହିଛି ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

18 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

26 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

33 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

41 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

43 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

51 mins ago