ରାଜ୍ୟ

ଥଣ୍ଡା ବୋତଲରେ ମହୁଲି ମଦ, ଚଢ଼ାଉ କରି ଧରିଲା ଦିଗପହଣ୍ଡି ପୋଲିସ୍‌

ଗଞ୍ଜାମ (କେ ନ୍ୟୁଜ୍) : ବର୍ତ୍ତମାନର ଗରମ ଓ ଗୁଳୁଗୁଳିରେ ଲୋକଙ୍କ ହାଲ୍ ବେହାଲ ହେଉଛି । ଏହି ସମୟରେ ଥଣ୍ଡା ବୋତଲଟିଏ ମିଳିଗଲେ ଭାରି ଶାନ୍ତି ଲାଗେ । ହେଲେ ଟିକେ ସତର୍କ ରୁହନ୍ତୁ ଆପଣମାନେ । ଏଇ ଥଣ୍ଡା ବୋତଲରେ ଯେ କେବଳ ମୃଦୁ ପାନୀୟ ବା କୋଲଡ ଡ୍ରିଙ୍କସ୍ ଥିବ ତାର କିଛି ଗ୍ୟାରେଣ୍ଟି ନାହିଁ । ବୋତଲ ଦେଖାଯାଉଥିବ କୋଲଡ୍ ଡ୍ରିଙ୍କସର ହେଲେ ତା ଭିତରେ ଥିବା କିଛି ଖାସ୍ ଜିନିଷ । ଏମିତି କିଛି ଥଣ୍ଡା ପାନୀୟ ବୋତଲ ଜବତ କରିଛି ପୋଲିସ୍ ।

କୋଲଡ୍ ଡ୍ରିଙ୍କସର ବୋତଲରେ ମଦ ଭର୍ତ୍ତି କରି ବିକ୍ରି କରାଯାଉଥିବା ଖବର ପାଇ ପୋଲିସ ସେହି ଘରେ ପହଞ୍ଚି ଚଢାଉ କରିଥିଲା । ବୋତଲ ଉପରେ ସନ୍ଦେହ ହେବାରୁ ଠିପି ଖୋଲିବା ପରେ ଆସିଲା ମହୁଲି ମଦର ବାସ୍ନା । ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ରାଜପୁର ଗାଁରେ ଏହି ଘଟଣା ଘଟିଛି। ପୋଲିସ୍ ଏହି ଘଟଣାରେ ଜଣେ ୬୨ବର୍ଷର ବ୍ୟକ୍ତିଙ୍କୁ ଗିରଫ କରିଛି ।

କରୋନା ଲକ୍ ଡାଉନ୍ ପାଇଁ ଗତ କିଛି ଦିନ ହେଲା ଦେଶୀ ମଦ ବିକ୍ରି ବନ୍ଦ କରିଦେଇଛନ୍ତି ସରକାର । କିନ୍ତୁ ସରକାର ମଦ ତିଆରି ଓ ବିକ୍ରି ବନ୍ଦ କରିବା ପରେ କୁଚିଆ ଲାଭବାନ ହୋଇଛନ୍ତି । ଦେଶୀ ମଦ ରାନ୍ଧି ବଜାରକୁ ଛାଡି ଦେଉଛନ୍ତି । ଦୋକାନ ବଜାର ବନ୍ଦ କିନ୍ତୁ ଏହି ସମୟରେ ମଦ ବିକ୍ରି ଭିନ୍ନ ଭିନ୍ନ ତରିକାରେ ହେଉଛି । ପୋଲିସ୍ ବେଳେ ବେଳେ ଚଢାଉ କରି ଅପରାଧୀଙ୍କୁ ଗିରଫ କରୁଛନ୍ତି । ହେଲେ ବିଶେଷ କିଛି ଫରକ ପଡୁନାହିଁ ଚୋରା ବେପାରୀଙ୍କ ଉପରେ ।ଏବେ କୋଲଡ୍ ଡ୍ରିଙ୍କସ୍ ବୋତଲରେ ମହୁଲି ଭର୍ତ୍ତି କରି ବିକୁଛନ୍ତି ଚୋରା ବେପାରୀ ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

12 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

18 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

48 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

56 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago