ରାଜ୍ୟ

ମାମୁନିଙ୍କ କମାଲ୍: ଯୁକ୍ତ ୨ କଳାରେ ୮୮% ମାର୍କ ରଖି ସୋରଡା ବ୍ଲକରେ ହାସଲ କରିଛନ୍ତି ପ୍ରଥମ ସ୍ଥାନ

ସୋରଡା(କେନ୍ୟୁଜ): ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁକିଛି । ଆଉ ସେ ସବୁ ପ୍ରତିବନ୍ଧକକୁ ସାମ୍ନା କରି ଆଜି ସଫଳତା ହାସଲ କରିଦେଖାଇଛନ୍ତି ମଫସଲ ଗାଁରେ ରହୁଥିବା ଗରିବ ଘରର ଝିଅ ମାମୁନି ଗଉଡ । ସୋରଡା ପ୍ରକାଶ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁକ୍ତ ୨ର ଛାତ୍ରୀ ମାମୁନି ଗଉଡ । କଲେଜ ଓ ସୋରଡା ଆଞ୍ଚଳ ପାଇଁ ସୁନାମ ଆଣିଛନ୍ତି । ବଣରେ ଫୁଟିଥିବା ବଣ ମଲ୍ଲି ଯେ ନିଜର ବାସନାରେ ଚାରିଆଡ ମହକିବ କିଏ ଜାଣିଥିଲେ । ଯାହା ସମ୍ଭବ କରି ଦେଖାଇଛନ୍ତି ସୋରଡା ଠାରୁ ସାତ କିଲୋମିଟର ଦୂରରେ ଥିବା ବାଘିଲିଙ୍ଗି ଗ୍ରାମର ଝିଅ ।

ମାମୁନି ଗଉଡ ଓ ମା ବିଷ୍ଣୁ  ପ୍ରିୟା ଗଉଡ ଏବଂ ସାନ ଭଉଣୀକୁ ନେଇ ଛୋଟ ପରିବାର । ମାମୁନିଙ୍କୁ ୧୦ବର୍ଷ ବୟସରେ ତାଙ୍କ ବାପା ଛାଡି ଦେଇ କେଉଁ ଆଡେ ଚାଲି ଯାଇଛନ୍ତି । ଯାହାର ଆଜି ପର୍ଯ୍ୟନ୍ତ ଖୋଜ ଖବର ନାହିଁ । ବହୁ ଦୁଃଖ କଷ୍ଟ ରେ ମା ଦୁଇ ଝିଅଙ୍କୁ ଧରି ବାପା ଭାଇଙ୍କ ଆଶ୍ରୟ ନେଲେ । କିଛି ଟେଲରିଙ୍ଗ  କାମ କରି ଦୁଇ ଝିଅଙ୍କୁ ପାଠ ପଢାଇଲେ । ମା ଓଳିଏ ଖାଇ ଓଳିଏ ଉପାସ ରହି ପିଲାଙ୍କୁ ବଡ ମଣିଷ କରିବାରେ ଲାଗିପଡିଲେ ।

ଝିଅକୁ ବାଘିଲିଙ୍ଗି ଗ୍ରାମରୁ ସୋରଡା ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପାଠ ପଢାଇବାକୁ ଛାଡିଲେ । ମାମୁନିଙ୍କର ପାଠ ପଢା ପ୍ରତି ଆଗ୍ରହ ଦେଖି କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ତାଙ୍କ ଉପରେ ଅଧିକ ନଜର ରଖିଲେ । ସେମାନେ ଜାଣିଥିଲେ ଯେ ମାମୁନି ଦିନେ ନି ଦିନେ କଲେଜର ଟେକ ରଖିବ । ମାମୁନି ଯୁକ୍ତ ୨ କଳା ବିଭାଗର ଛାତ୍ରୀ ଥିଲେ । ସେ ୬୦୦ ମାର୍କ ରୁ ୫୩୦ ନମ୍ବର ରଖି  ୮୮% ପ୍ରତିଶତରେ ସୋରଡା ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଖରା,ବର୍ଷା,ଶୀତକୁ ଖାତିରି ନ କରି ପ୍ରତିଦିନ ସାଇକେଲରେ ସାତ କିଲୋମିଟର ଦୂର ଆସି ସକାଳେ କଲେଜରେ ପାଠ ପଢିବା ସହିତ ଟିୟୁସନରେ ମଧ୍ୟ ଯାଇଥାନ୍ତି । ଟିୟୁସନରେ ଭଲ ପଢିବା ଓ ସହନଶୀଳ ନମ୍ର ସ୍ଵଭାବ ଯୋଗୁ ସେ ଆଜି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ବୋଲି ଟିୟୁସନ ସାର୍ ବନବାସୀ ସାହୁ କହିଛନ୍ତି । ମାମୁନି ଆଗକୁ ପଲିଟିକାଲ୍ ଅନର୍ସ ରଖି ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ ରଖିଛନ୍ତି । କିନ୍ତୁ  ଅଧିକ ପଢିବା ପାଇଁ ଅର୍ଥ ତାଙ୍କ ପାଇଁ ସୃଷ୍ଟି କରିଛି ବାଧକ । ମାମୁନି ଏବଂ ତାଙ୍କ ପରିବାର ସରକାରଙ୍କୁ ନିବେଦନ କରିଛନ୍ତି, ଯଦି ସବୁ ସୁବିଧା ମିଳନ୍ତା ତାହା ହେଲେ ମାମୁନିଙ୍କ ଅଭିଳାଷ ପୂରଣ ହୋଇପାରନ୍ତା ।

 

 

 

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

20 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

28 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

43 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

49 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago