ରାଜ୍ୟ

ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ କଳିଙ୍ଗ ଟିଭି ପକ୍ଷରୁ ମାରାଥନ୍‌ ଦୌଡ଼: ବହୁ ବିଶିଷ୍ଠ ବ୍ୟକ୍ତି, ସାଧାରଣ ଲୋକଙ୍କ ସହ ଛାତ୍ରଛାତ୍ରୀ ସାମିଲ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବିଶ୍ୱ ଏଡ୍‌ସ ଦିବସ । ପ୍ରତିବର୍ଷ ଡିସେମ୍ବରରେ ପାଳନ ହୋଇଥାଏ ବିଶ୍ୱ ଏଡ୍‌ସ ଦିବସ । ପ୍ରତି ବର୍ଗର ଲୋକଙ୍କ ମଧ୍ୟରେ ସଚେତନ ଆଣିବା ଏହି ଦିନକୁ ପାଳନ କରିବାର ଉଦ୍ଦେଶ୍ୟ ।

ଚଳିତ ବର୍ଷର ଥିମ୍‌ ହେଉଛି Equalize ବା ସମାନତା । ଅର୍ଥାତ ସମାଜରୁ ଅସମାନତାକୁ ଦୂର କରି ଏହି ରୋଗକୁ ମୂଳରୁ ଶେଷ କରିବା । ଏଚ୍‌ଆଇଭି ଲଢେଇରେ ସମଗ୍ର ବିଶ୍ୱକୁ ଏକତ୍ର କରିବାର ସୁଯୋଗ ହେଉଛି ଏଇ ଦିବସ । ଏଚ୍‌ଆଇଭି ସହିତ ଜୀବନ ନିର୍ବାହ କରୁଥିବା ଲୋକଙ୍କୁ ସମର୍ଥନ ଓ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆଜି ଦିନର ଉଦ୍ଦେଶ୍ୟ ।

ଏଡ୍‌ସ ସଚେତନତା ନେଇ କଳିଙ୍ଗ ଟିଭି ଆୟୋଜନ କରିଛି ମାରାଥନ୍‌ । ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ମାରାଥନ୍‌ ଦୌଡ଼ର ଆୟୋଜନ କରାଯାଇଛି । କିସ୍‌ କ୍ୟାମ୍ପସ-୧ରୁ ଆରମ୍ଭ ହେବ ଏହି ଗଣଦୌଡ଼ ।

ମାରାଥନ୍‌ ଇନଫୋସିଟି ଫାଣ୍ଡି, ଶିଖରଚଣ୍ଡୀ, କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ, କିମ୍‌ସ, କିମ୍‌ସ ଫୁଟବଲ ଗ୍ରାଉଣ୍ଡରେ ପହଞ୍ଚିବ। ତାପରେ କିଟ୍‌ କ୍ୟାମ୍ପସ ୧୫ ଦେଇ ରୁରାଲ୍‌ ମ୍ୟାନେଜମେଣ୍ଟ ସ୍କୋୟାର, କିଟ୍‌ କ୍ୟାମ୍ପସ୍‌-୬, ଚିନ୍ତମ ସ୍କୋୟାର ଦେଇ କିଟ୍‌ ରଗ୍‌ବୀ ଷ୍ଟାଡିୟମ୍‌ରେ ପହଞ୍ଚିବ ଗଣଦୌଡ଼ ।

ଏଥିରେ ବହୁ ବିଶିଷ୍ଠ ବ୍ୟକ୍ତି, ସାଧାରଣ ଲୋକ, ସ୍କୁଲ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଏଡ୍‌ସ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଳିଙ୍ଗ ଟିଭି ପକ୍ଷରୁ ଗଣଦୌଡ଼ କରାଯାଉଛି ।

Sonalisa

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago