ଆଜି ବିଶ୍ୱ ଏଡ୍ସ ଦିବସ ଅବସରରେ କଳିଙ୍ଗ ଟିଭି ପକ୍ଷରୁ ମାରାଥନ୍ ଦୌଡ଼: ବହୁ ବିଶିଷ୍ଠ ବ୍ୟକ୍ତି, ସାଧାରଣ ଲୋକଙ୍କ ସହ ଛାତ୍ରଛାତ୍ରୀ ସାମିଲ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବିଶ୍ୱ ଏଡ୍ସ ଦିବସ । ପ୍ରତିବର୍ଷ ଡିସେମ୍ବରରେ ପାଳନ ହୋଇଥାଏ ବିଶ୍ୱ ଏଡ୍ସ ଦିବସ । ପ୍ରତି ବର୍ଗର ଲୋକଙ୍କ ମଧ୍ୟରେ ସଚେତନ ଆଣିବା ଏହି ଦିନକୁ ପାଳନ କରିବାର ଉଦ୍ଦେଶ୍ୟ ।
ଚଳିତ ବର୍ଷର ଥିମ୍ ହେଉଛି Equalize ବା ସମାନତା । ଅର୍ଥାତ ସମାଜରୁ ଅସମାନତାକୁ ଦୂର କରି ଏହି ରୋଗକୁ ମୂଳରୁ ଶେଷ କରିବା । ଏଚ୍ଆଇଭି ଲଢେଇରେ ସମଗ୍ର ବିଶ୍ୱକୁ ଏକତ୍ର କରିବାର ସୁଯୋଗ ହେଉଛି ଏଇ ଦିବସ । ଏଚ୍ଆଇଭି ସହିତ ଜୀବନ ନିର୍ବାହ କରୁଥିବା ଲୋକଙ୍କୁ ସମର୍ଥନ ଓ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆଜି ଦିନର ଉଦ୍ଦେଶ୍ୟ ।
ଏଡ୍ସ ସଚେତନତା ନେଇ କଳିଙ୍ଗ ଟିଭି ଆୟୋଜନ କରିଛି ମାରାଥନ୍ । ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ମାରାଥନ୍ ଦୌଡ଼ର ଆୟୋଜନ କରାଯାଇଛି । କିସ୍ କ୍ୟାମ୍ପସ-୧ରୁ ଆରମ୍ଭ ହେବ ଏହି ଗଣଦୌଡ଼ ।
ମାରାଥନ୍ ଇନଫୋସିଟି ଫାଣ୍ଡି, ଶିଖରଚଣ୍ଡୀ, କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ, କିମ୍ସ, କିମ୍ସ ଫୁଟବଲ ଗ୍ରାଉଣ୍ଡରେ ପହଞ୍ଚିବ। ତାପରେ କିଟ୍ କ୍ୟାମ୍ପସ ୧୫ ଦେଇ ରୁରାଲ୍ ମ୍ୟାନେଜମେଣ୍ଟ ସ୍କୋୟାର, କିଟ୍ କ୍ୟାମ୍ପସ୍-୬, ଚିନ୍ତମ ସ୍କୋୟାର ଦେଇ କିଟ୍ ରଗ୍ବୀ ଷ୍ଟାଡିୟମ୍ରେ ପହଞ୍ଚିବ ଗଣଦୌଡ଼ ।
ଏଥିରେ ବହୁ ବିଶିଷ୍ଠ ବ୍ୟକ୍ତି, ସାଧାରଣ ଲୋକ, ସ୍କୁଲ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଏଡ୍ସ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଳିଙ୍ଗ ଟିଭି ପକ୍ଷରୁ ଗଣଦୌଡ଼ କରାଯାଉଛି ।