ରାଜ୍ୟ

ବିଦ୍ୟୁତ ଆଘାତରେ ନାବାଳିକାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମେଡିକାଲରେ ଉତ୍ତେଜନା

ଗୁଣୁପୁର (କେନ୍ୟୁଜ): ବିଦ୍ୟୁତ ଆଘାତରେ ନାବାଳିକାଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଗୁଣୁପୁର ମେଡିକାଲରେ ଉତ୍ତେଜନା । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଗଠଲପଦର ପଞ୍ଚାୟତର କୁକୁରଗୁଡା ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ପ୍ରିୟାଞ୍ଜଳି ନିମାଳା । ନାବାଳିକା ପିଜୁଳି ତୋଳିବା ପାଇିଁ ଅଙ୍ଗନବାଡି କେନ୍ଦ୍ର ଉପରେ ଚଢିଥିବା କଥା କୁହାଯାଉଛି ।

ଗ୍ରାମବାସୀ ଅନେକ ଥର ବିଦ୍ୟୁତ୍ ତାର ହଟାଇବା ସଂମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି । ବିଦ୍ୟୁତ ବିଭାଗର ଖାମଖିଆଲି ନିତି ଯୋଗୁ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା କହିଛନ୍ତି। ଏନେଇ କ୍ଷତିପୂରଣ ଦାବିରେ ନାବାଳିକା ମୃତଦେହକୁ ନେଇ ଗୁଣପୁର ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।

Barsha

Recent Posts

ଶପଥ ଗ୍ରହଣ ପରେ ବିଜେପି କେଉଁ ମନ୍ତ୍ରଣାଳୟ ରଖିବ, ସହଯୋଗୀଙ୍କୁ ମିଳିବ କ’ଣ ?

ଆଜି ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ତାଙ୍କ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ,…

34 mins ago

ନିଖୋଜ ବାପାକୁ ଖୋଜି ଖୋଜି ନୟାନ୍ତ ପୁଅ

କାକଟପୁର(କେନ୍ୟୁଜ): ମଣିଷ ଏକ ସାମାଜିକ ପ୍ରାଣୀ ,ସାମାଜିକ ଚଳଣି ମଧ୍ୟରେ ବାପ ,ମା ,ପୁଅ ,ସ୍ତ୍ରୀ ,ସ୍ବାମୀ ,ଭାଇ ,ଭଉଣୀ…

34 mins ago

ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ତାରିଖ, ୧୦ ନୁହେଁ ୧୨ରେ ହେବ ସମାରୋହ

ଭୁବନେଶ୍ୱର (କେନ୍ୟୁଜ): ଜୁନ୍ ୧୦ ନୁହେଁ ୧୨ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ । ବୁଧବାର ଭୁବନେଶ୍ବର…

46 mins ago

ଏମିତି ଏକ ଗାଁ, ଯେଉଁଠାରେ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ସବୁ ଅନ୍ଧ

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ମଣିଷକୁ କିଛି ବି ଜଣାନଥାଏ । ଏଭଳି ସ୍ଥାନମାନଙ୍କରେ ବହୁତ…

46 mins ago

ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ, ପ୍ରେସମିଟ କରି କଲେ ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଲେ ଡ. ଅଚ୍ୟୁତ ସାମନ୍ତ ।  କିଟ୍ , କିସ୍ ପ୍ରତିଷ୍ଠାତା ତଥା…

1 hour ago

ଅଧରାତିରେ ଥରିଲା ରାଜସ୍ଥାନ, ସିକରରେ ୩.୯ ତୀବ୍ରତାର ଭୂକମ୍ପ ଝଟକା

ରାଜସ୍ଥାନ ସିକରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୯ ରହିଛି । ଚଳିତବର୍ଷରେ ରାଜସ୍ଥାନ ସିକରରେ…

1 hour ago