ବିଦ୍ୟୁତ ଆଘାତରେ ନାବାଳିକାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମେଡିକାଲରେ ଉତ୍ତେଜନା

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ପ୍ରିୟାଞ୍ଜଳି ନିମାଳା । କ୍ଷତିପୂରଣ ଦାବିରେ ମେଡିକାଲରେ ଉତ୍ତେଜନା

ଗୁଣୁପୁର (କେନ୍ୟୁଜ): ବିଦ୍ୟୁତ ଆଘାତରେ ନାବାଳିକାଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଗୁଣୁପୁର ମେଡିକାଲରେ ଉତ୍ତେଜନା । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଗଠଲପଦର ପଞ୍ଚାୟତର କୁକୁରଗୁଡା ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ପ୍ରିୟାଞ୍ଜଳି ନିମାଳା । ନାବାଳିକା ପିଜୁଳି ତୋଳିବା ପାଇିଁ ଅଙ୍ଗନବାଡି କେନ୍ଦ୍ର ଉପରେ ଚଢିଥିବା କଥା କୁହାଯାଉଛି ।

ଗ୍ରାମବାସୀ ଅନେକ ଥର ବିଦ୍ୟୁତ୍ ତାର ହଟାଇବା ସଂମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି । ବିଦ୍ୟୁତ ବିଭାଗର ଖାମଖିଆଲି ନିତି ଯୋଗୁ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା କହିଛନ୍ତି। ଏନେଇ କ୍ଷତିପୂରଣ ଦାବିରେ ନାବାଳିକା ମୃତଦେହକୁ ନେଇ ଗୁଣପୁର ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.