OnePlus 11 5G ଉପରେ ଆମାଜନରେ ଜବରଦସ୍ତ ଅଫର, ନୋ କୋଷ୍ଟ ଇଏମଆଇ ସହ ଏକ୍ସଚେଞ୍ଜ ଅଫର ଜାରି

ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ସ୍ମାର୍ଟଫୋନ ଉପରେ ଡିସକାଉଣ୍ଟ ଅଫର ଜାରି। OnePlus 11 5G ଉପରେ ୨୫ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । ଇଏମଆଇରେ ସର୍ବନିମ୍ନ ୨୭୨୩ ଟଙ୍କା ଦେବାକୁ ପଡ଼ିବ । ନୋ କୋଷ୍ଟ ଇଏମଆଇ ଅଫର ମଧ୍ୟ ଏହି ଫୋନରେ ଜାରି ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ଭଲ ବ୍ରାଣ୍ଡ ଓ ଭଲ ଫିଚର ଥିବା ଫୋନ ବ୍ୟବହାର କରିବା ସମସ୍ତଙ୍କ ଇଚ୍ଛା ରହିଥାଏ । କିନ୍ତୁ ବଜେଟ ଯୋଗୁଁ ସମସ୍ତଙ୍କ ଏହି ସ୍ୱପ୍ନ ପୂରଣ ହୋଇ ନଥାଏ । ଆପଣ ଯଦି ଚାହିଁବେ ଖୁବ କମ୍‌ ଦାମରେ ଏହି ଫୋନ ସବୁ କିଣି ପାରିବେ । ବିଭିନ୍ନ ସମୟରେ ଅନେକ ଇ-କମର୍ସ ପ୍ଲାଟଫର୍ମରେ ଏହିସବୁ ଫୋନ ଉପରେ ଡିସକାଉଣ୍ଟ ଅଫର ଜାରି ରହୁଛି । ଯଦି ଏହିସବୁ ପ୍ଲାଟଫର୍ମରୁ ଆପଣ ଫୋନ କିଣୁଛନ୍ତି ଆପଣ ଆଶା କରିନଥିବା ଦାମ୍‌ରେ ଏହିସବୁ ଫୋନକୁ ପାଇପାରିବେ । ଏହାସହ ବ୍ରାଣ୍ଡର ନିଜସ୍ୱ ସପିଂ ସାଇଟରେ ମଧ୍ୟ ଅଫର ଜାରି ରହିଥାଏ । ଏହିସବୁ ଅଫରର ଫାଇଦା ଉଠାଇ ଆପଣ ଫୋନକୁ ଖୁବ୍‌ କମ୍‌ ଦାମ୍‌ରେ କିଣି ପାରିବେ । ଏହି ଉପାୟରେ ଆପଣଙ୍କ ବ୍ରାଣ୍ଡ ଓ ଭଲ ଫିଚର ଫୋନ ଧରିବାର ଆଶା ପୂରଣ ହୋଇପାରିବ ।

ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଏବେ ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ଡିସକାଉଣ୍ଟ ଅଫର ଜାରି ରହିଛି । ଆମେ ଆପଣଙ୍କୁ ଏକ ଭଲ ବ୍ରାଣ୍ଡ ଓ ଭଲ ଫିଚର ଥିବା ଫୋନ ଉପରେ ଜାରି ଡିସକାଉଣ୍ଟ ଓ ବିଭିନ୍ନ ଅଫର ବାବଦରେ ସୂଚନା ଦେବାକୁ ଯାଉଛୁ । ଆମେ ଆପଣଙ୍କୁ OnePlus 11 5G ଉପରେ ଜାରି ଅଫର ବାବଦରେ ସୂଚନା ଦେବୁ । ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଏହିଫୋନ ଉପରେ ଆପଣ ୨୫ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏତେ ବଡ଼ ଡିସକାଉଣ୍ଟର ଫାଇଦା ଆପଣ କିପରି ଉଠାଇ ପାରିବେ ।

ଏହି ଫୋନର 8 ଜିବି RAM ଓ 128 ଜିବି ଷ୍ଟୋରେଜ ଭାରିଆଣ୍ଟର ଆମାଜନରେ ଦାମ୍‌ ରହିଛି ୫୬ ହଜାର ୯୯୯ ଟଙ୍କା । ସେହିପରି 16 ଜିବି RAM ଓ 256 ଜିବି ଷ୍ଟୋରେଜ ଡିଭାଇସର ଦାମ୍‌ ରହିଛି ୬୧ ହଜାର ୯୯୯ ଟଙ୍କା । ଯଦି ଆପଣ ଏହି ଫୋନକୁ ଇଏମଆଇରେ କିଣିବାକୁ ଚାହୁଁଛନ୍ତି ଆପଣଙ୍କୁ ସର୍ବନିମ୍ନ ୨୭୨୩ ଟଙ୍କା ଦେବାକୁ ପଡ଼ିବ । ଏହାସହ ନୋ କୋଷ୍ଟ ଇଏମଆଇ ଅଫର ମଧ୍ୟ ଏହି ଫୋନରେ ଜାରି ରହିଛି । ଆମାଜନ ପେ ଲେଟର ଅପସନ ଜରିଆରେ ଆପଣ ଏହି ଫୋନକୁ କିଣି ପାରିବେ । ଯେଉଁଥିରେ ଆପଣ ଫୋନକୁ କିଣି ତା ପର ମାସରେ ପଇସା ଦେଇ ପାରିବେ । ନହେଲେ ଇଏମଆଇ ଅପସନର ଫାଇଦା ଉଠାଇ ପାରିବେ । ଇଏମଆଇରେ କିନ୍ତୁ ଆପଣଙ୍କୁ ସର୍ବନିମ୍ନ ମାସିକ ୪ ହଜାର ୭୫୦ଟଙ୍କା ଦେବାକୁ ପଡ଼ିବ । ସେହିପରି ଆମାଜାନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ, ଏକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ, ସିଟି ବ୍ୟାଙ୍କ କ୍ରେଡିଟ କାର୍ଡ, ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ ଓ ଏସବିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ନୋ କୋଷ୍ଟ ଇଏମଆଇ ସୁବିଧା ରହିଛି ।

ଯଦି ଆପଣ ଏକ୍ସଚେଞ୍ଜ ଅଫର ଜରିଆରେ ଏହି ଫୋନକୁ କିଣିବାକୁ ଚାହୁଁଛନ୍ତି । ଆପଣଙ୍କୁ ଏହି ଅଫର ଜରିଆରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରିବ । ଫଳରେ ଆପଣ ୩୧ ହଜାର ୯୯୯ ଟଙ୍କାରେ ଫୋନକୁ ପାଇ ପାରିବେ । ଏହି ଅଫରର ଫାଇଦା ଉଠାଇ ଆଜିହିଁ ଆପଣ ଘରକୁ ନେଇ ଆସନ୍ତୁ OnePlus 11 5G ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.