Categories: ରାଜ୍ୟ

ଫୁଲ ତୋଳିବାକୁ ଯାଇ ୬ ଜଣ ନାବାଳିକା ଭାସିଗଲେ ପାଣିରେ, ଜଣେ ନିଖୋଜ ଓ ୫ ଉଦ୍ଧାର

ଗଞ୍ଜାମ (କେନ୍ୟୁଜ୍) : ନଦୀରେ ଭାସିଗଲେ ନାବାଳିକା । ଜଣେ ନିଖୋଜ ଥିବାବେଳେ ଅନ୍ୟ ୫ ଜଣଙ୍କୁ ନଦୀରୁ ଉଦ୍ଧାର କରାଯାଇଛି । ଗଞ୍ଜାମ ହିଞ୍ଜିଳିକାଟୁ ଥାନା କାଞ୍ଜିଆମା ଗାଁ ନିକଟରେ ଏପରି ଘଟଣା ଘଟିଛି । ଖୁଦୁରୁକୁଣୀ ଓଷା ପାଇଁ ଆଜି ସକାଳେ ଋଷିକୂଲ୍ୟା ନଦୀକୁ ଫୁଲ ତୋଳିବାକୁ ୬ ଜଣ ନାବାଳିକା ଯାଇଥିଲେ । ଏହି ସମୟରେ ପାଦ ଖସିଯିବାରୁ ସମସ୍ତେ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଦେଖି ୫ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।

ସେହିପରି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି । ମୃତକ ହେଉଛନ୍ତି ଅଙ୍ଗାରବନ୍ଧ ଗାଁର ଗୋପାଳ ସାହୁ । ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

4 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago