ଫୁଲ ତୋଳିବାକୁ ଯାଇ ୬ ଜଣ ନାବାଳିକା ଭାସିଗଲେ ପାଣିରେ, ଜଣେ ନିଖୋଜ ଓ ୫ ଉଦ୍ଧାର

ଗଞ୍ଜାମ (କେନ୍ୟୁଜ୍) : ନଦୀରେ ଭାସିଗଲେ ନାବାଳିକା । ଜଣେ ନିଖୋଜ ଥିବାବେଳେ ଅନ୍ୟ ୫ ଜଣଙ୍କୁ ନଦୀରୁ ଉଦ୍ଧାର କରାଯାଇଛି । ଗଞ୍ଜାମ ହିଞ୍ଜିଳିକାଟୁ ଥାନା କାଞ୍ଜିଆମା ଗାଁ ନିକଟରେ ଏପରି ଘଟଣା ଘଟିଛି । ଖୁଦୁରୁକୁଣୀ ଓଷା ପାଇଁ ଆଜି ସକାଳେ ଋଷିକୂଲ୍ୟା ନଦୀକୁ ଫୁଲ ତୋଳିବାକୁ ୬ ଜଣ ନାବାଳିକା ଯାଇଥିଲେ । ଏହି ସମୟରେ ପାଦ ଖସିଯିବାରୁ ସମସ୍ତେ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଦେଖି ୫ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।

drowning deathସେହିପରି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି । ମୃତକ ହେଉଛନ୍ତି ଅଙ୍ଗାରବନ୍ଧ ଗାଁର ଗୋପାଳ ସାହୁ । ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.