ପ୍ରାର୍ଥୀ ଚୟନ ଅଙ୍କକଷାରେ ବିଜେଡି, କେନ୍ଦ୍ରାପଡ଼ାକୁ ନେଇ ଜାରି ରହିଛି ସସ୍‌ପେନ୍ସ

ଭୁବନେଶ୍ବର : ପାଖେଇ ଆସୁଛି ୧୯’ ନିର୍ବାଚନ । ସରଗରମ ହେଲାଣି ରାଜନୀତି । କେଉଁ ଲୋକସଭା କ୍ଷେତ୍ରରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତା ଉପରେ ଏବେ ସମସ୍ତଙ୍କର ନଜର । ଗତ ୨୦୧୪ ନିର୍ବାଚନ ବେଳେ ୧୩ଟି ଲୋକସଭା ଆସନରେ ବିଜେଡି ନୂଆ ମୁହଁଙ୍କୁ ଟିକେଟ ଦେଇଥିଲା। ଅନ୍ୟ ୮ ଆସନରେ ଲୋକସଭା ପ୍ରାର୍ଥୀଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିଲା ଦଳ । ସେମାନେ ହେଲେ ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ, ବୈଜୟନ୍ତ ପଣ୍ଡା,ତଥାଗତ ଶତପଥୀ, ସିଦ୍ଧାନ୍ତ ମହାପାତ୍ର, କଳିକେଶ ସିଂହଦେଓ, ଭର୍ତ୍ତୃହରି ମହତାବ, ଅର୍ଜୁନ ସେଠୀ। ଏହି ଆଠଜଣଙ୍କ ମଧ୍ୟରୁ ଏଥର ଭଦ୍ରକ ଲୋକସଭା ଆସନର ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ବଦଳରେ ନୂଆମୁହଁକୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି। ଏଥିପାଇଁ କେନ୍ଦ୍ରାପଡା ରାଜନୀତିର ହେଭିୱେଟ୍‌ ନେତା ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ନାଁ ଶୁଣାଯାଉଛି । କିନ୍ତୁ ପ୍ରତାପ କହିଛନ୍ତି, ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ମାନିନେବୁ ।

କେବଳ ଲୋକସଭା ଆସନ ପାଇଁ ନୁହେଁ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ବିଜେଡି ରଣନୀତି । ଏଥର ଦଳୀୟ ଟିକେଟ୍‌ ଚୟନ ବେଳେ ଯୁବ ଓ ମହିଳାଙ୍କୁ ଅଧିକ ବିଜେଡି ଗୁରୁତ୍ୱ ଦେବ ବୋଲି ସୂଚନା ମିଳୁଛି। ଦଳର କିଛି ବରିଷ୍ଠ ନେତାଙ୍କ ବଦଳରେ ସେମାନଙ୍କ ପୁଅକୁ ସୁଯୋଗ ଦେଇପାରନ୍ତି ବିଜେଡି ସୁପ୍ରିମୋ । ମିିଳିଥିବା ସୂଚନା ଅନୁସାରେ ପାରାଦୀପରୁ ଏଥର ଦାମୋଦର ରାଉତଙ୍କ ପୁଅ ସମ୍ବିତଙ୍କୁ ଟିକେଟ୍‌ ମିଳିବା ସମ୍ଭାବନା ଅଧିକା ରହିଛି। ସେହିପରି କିଛି ସ୍ଥାନରେ ବର୍ତ୍ତମାନର ବିଧାୟକଙ୍କ ବଦଳରେ ସେମାନଙ୍କ ପତ୍ନୀଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

ବିଜେଡିରେ ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ବହୁତ ଲମ୍ବା। ଏହାକୁ ଦୃଷ୍ଟିରେ ରଖି ଟିକେଟ ଚୟନ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

19 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

26 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago