Categories: ରାଜ୍ୟ

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଓ 5T ର ସମୀକ୍ଷା

ପୁରୀ(କେନ୍ୟୁଜ୍):ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଓ 5Tର ସମୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମସଚିବ ଯାମିନୀ ଷଡ଼ଙ୍ଗୀ, ଓଡ଼ିଶା ମେଡିକାଲ ବୋର୍ଡର ନିର୍ଦ୍ଦେଶିକା ରୂପାରୋଶନ ସାହୁ ଏବଂ ଜିଲ୍ଲାପାଳ ବଲୱନ୍ତ ସିଂ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆନ୍ତଃ ଓ ବହିର୍ବିଭାଗ, ମାତୃ ଓ ଶିଶୁସ୍ୱାସ୍ଥ୍ୟ ବିଲ୍ଡିଂ, ମହିଳା ଭେଷଜ ୱାର୍ଡ, ଶଲ୍ୟ ବିଭାଗ, ଆଡ୍‌ମିନଷ୍ଟ୍ରେଟିଭ୍ ବ୍ଲକ୍ ପରିଦର୍ଶନ କରି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଛନ୍ତି । ହସ୍ପିଟାଲରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ, ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ, ଠିକା କର୍ମଚାରୀଙ୍କୁ ଥଇଥାନ୍ ଏବଂ ପରିମଳ ବ୍ୟବସ୍ଥା ସମ୍ପର୍କରେ ଟିମ୍‌କୁ ଅବଗତ କରିଥିଲେ ସିଡିଏମ୍‌ଓ ।

 

KNews Bureau

Recent Posts

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

18 mins ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

1 hour ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

1 hour ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

1 hour ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

1 hour ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

1 hour ago