ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଓ 5T ର ସମୀକ୍ଷା

ପୁରୀ(କେନ୍ୟୁଜ୍):ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଓ 5Tର ସମୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମସଚିବ ଯାମିନୀ ଷଡ଼ଙ୍ଗୀ, ଓଡ଼ିଶା ମେଡିକାଲ ବୋର୍ଡର ନିର୍ଦ୍ଦେଶିକା ରୂପାରୋଶନ ସାହୁ ଏବଂ ଜିଲ୍ଲାପାଳ ବଲୱନ୍ତ ସିଂ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆନ୍ତଃ ଓ ବହିର୍ବିଭାଗ, ମାତୃ ଓ ଶିଶୁସ୍ୱାସ୍ଥ୍ୟ ବିଲ୍ଡିଂ, ମହିଳା ଭେଷଜ ୱାର୍ଡ, ଶଲ୍ୟ ବିଭାଗ, ଆଡ୍ମିନଷ୍ଟ୍ରେଟିଭ୍ ବ୍ଲକ୍ ପରିଦର୍ଶନ କରି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଛନ୍ତି । ହସ୍ପିଟାଲରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ, ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ, ଠିକା କର୍ମଚାରୀଙ୍କୁ ଥଇଥାନ୍ ଏବଂ ପରିମଳ ବ୍ୟବସ୍ଥା ସମ୍ପର୍କରେ ଟିମ୍କୁ ଅବଗତ କରିଥିଲେ ସିଡିଏମ୍ଓ ।