ଏକଦା ମଦ ପିଇବା ଅଭ୍ୟାସରେ ପରିଣତ ହୋଇଯାଇଥିଲା : ଶ୍ରୁତି ହାସନ

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍‌ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ ହେବ ଶ୍ରୁତି ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ। ନିକଟରେ ଶ୍ରୁତି ଏମିତି କିଛି କହିଛନ୍ତି, ଯାହା ଶୁଣି ସିନେପ୍ରେମୀ ତଥା ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

shruti

ଏକଦା ଶ୍ରୁତିଙ୍କର ମଦ ପିଇବା ଅଭ୍ୟାସରେ ପରିଣତ ହୋଇଥିଲା। ଏହାର ପ୍ରଭାବ ତାଙ୍କ ଅଭିନୟ କ୍ୟାରିଅର ଉପରେ ମଧ୍ୟ ପଡିଥିଲା। ଏତେ ମାତ୍ରାରେ ମଦ ପିଉଥିଲେ ଯେ, ଅସୁସ୍ଥ ହୋଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ତେଣୁ ସେ କିଛି ଦିନ ପର୍ଯ୍ୟନ୍ତ ଅଭିନୟରୁ ଦୂରେଇ ଯାଇଥିଲେ। ଗତ ବର୍ଷଠାରୁ ସେ ସମ୍ପୂର୍ଣ୍ଣ ଭାବେ ମଦଠାରୁ ଦୂରେଇ ଅଛନ୍ତି। ମଦକୁ ଛୁଇଁ ନ ଥିବା ଶ୍ରୁତି କହିଛନ୍ତି।

ଏହାସହ ପଢ଼ନ୍ତୁ ; ଦୀପିକାଙ୍କ ଡ୍ରେସ ପିନ୍ଧିବାକୁ ଚାହୁଁଛନ୍ତି କି? ତେବେ ଏହି ୱେବସାଇଟରୁ କିଣିପାରିବେ ନିଜ ପ୍ରିୟ ଷ୍ଟାରଙ୍କ ପୋଷାକ

ଶ୍ରୁତି ଏକଥା ପପୁଲାର ଚାଟ ଶୋ ସମୟରେ ଏକଥା କହିଥିଲେ। ଏବେ ଶ୍ରୁତି ମଦ ଛାଡିବା ପରେ ଶରୀର ସୁସ୍ଥ ରହିଛି, ଯେଉଁଥି ପାଇଁ ତାଙ୍କ ସ୍ୱଭାବରେ ବହୁତ ପରିବର୍ତ୍ତନ ହୋଇଛି। ଏବେ ଶ୍ରୁତି ନିଜ କ୍ୟାରିଅରରୁ ବ୍ରେକ ନେଇଛନ୍ତି। ଏହାଛଡା ଶ୍ରୁତି ନିଜର ବୟଫ୍ରେଣ୍ଡ ଇଟାଲୀର ମାଇକଲ କୋରସେଲଙ୍କ ସହିତ ବ୍ରେକଅପ୍‌ କଥା ମଧ୍ୟ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.