ଭାରତକୁ ବିଶ୍ୱବ୍ୟାଙ୍କର ଝଟକା, ବିକାଶ ଦର କମିବା ନେଇ ଆକଳନ

ନୁଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଭାରତକୁ ବିଶ୍ୱବ୍ୟାଙ୍କର ଝଟକା। ଭାରତର ବିକାଶ ଦର କମିବା ନେଇ ଆକଳନ କରିଛି ବିଶ୍ୱବ୍ୟାଙ୍କ। ଗତ ଆର୍ଥିକ ବର୍ଷରେ ଦେଶର ବିକାଶ ଦର ୬.୯ ପ୍ରତିଶତ ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୬ ପ୍ରତିଶତ ରହିବ ବୋଲି ଆକଳନ ହୋଇଛି।

ଏହାସହ ପଢନ୍ତୁ:

ଜାତିସଂଘରେ ଘୋର ଆର୍ଥିକ ସଙ୍କଟ, ମୁଖ୍ୟ କାର୍ଯ୍ୟାଳୟରେ ଆବଶ୍ୟକ ନଥିଲେ ଜିନିଷ ନ କିଣିବାକୁ ନିର୍ଦ୍ଦେଶ

ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ବିକାଶ ଦର ପୁଣି ୬.୯ପ୍ରତିଶତ ରହିବା ନେଇ ବିଶ୍ୱବ୍ୟାଙ୍କ କରିଥିବା ପୂର୍ବାନୁମାନକୁ ସାଉଥ ଏସିଆ ଇକୋନୋମିକ ଫୋକସରେ ପ୍ରକାଶିତ କରାଯାଇଛି। ଗତ ୨ବର୍ଷ ଧରି ଭାରତର ବିକାଶ ଦ୍ରୁତ ଗତିରେ ହ୍ରାସ ପାଇଛି। ୨୦୧୭-୧୮ରେ ଏହା ୭.୨ ପ୍ରତିଶତ ଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ହ୍ରାସ ପାଇ ୬.୮ ପ୍ରତିଶତ ରହିଥିଲା।

Leave A Reply

Your email address will not be published.