ଭୁବନେଶ୍ୱର (କେନ୍ୟୁଜ୍): ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ଅଡୁଆ ବଢିଛି । ପୋଲିସ ମାମଲା ରୁଜୁ କରିବା ପରେ ସୋନାଲିଙ୍କୁ ପଚରାଉଚରା କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏପରିକି ଆବଶ୍ୟକ ହେଲେ ପୁଣିଥରେ ପଚରାଉଚରା କରିପାରେ । ଅନ୍ୟପଟେ ଏହି ମାମଲାର ତଦନ୍ତ କରିବା ସମୟରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ ।
ସୌମ୍ୟଙ୍କ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ହେଲା ଦାମୀ କାର । ସୋନାଲି ଏବଂ ତାଙ୍କ ମାଆ ସୌମ୍ୟଙ୍କୁ ଏକ ଦାମୀ କାର୍ ଉପହାର ଦେବାକୁ କହିଥିଲେ । କୋଟିଏ ଟଙ୍କାର ଦାମୀ କାର୍ ଦେବାକୁ ସୌମ୍ୟଙ୍କ ପାଖରେ ସମ୍ବଳ ନଥିଲା। କାର୍ ନଦେଲେ ତାଙ୍କ ପାଖରେ ରହବେନି ବୋଲି ରୋକଠୋକ କହିଥିଲେ ସୋନାଲି।
ଯେଉଁଥିପାଇଁ ସୌମ୍ୟ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଗତ ଜାନୁଆରୀ ୩୦ ତାରିଖରେ ଆତ୍ମହତ୍ୟା କରିଥିଲେ ସୌମ୍ୟ । ଆତ୍ମହତ୍ୟା ପୂର୍ବରୁ ଏକ ହାତଲେଖା ଚିଠି ଛାଡିଯାଇଥିଲେ । ଯେଉଁଥିରେ ତାଙ୍କ ଆତ୍ମହତ୍ୟା ପାଇଁ ସୋନାଲି ଦାୟୀ ବୋଲି ଲେଖିଥିଲେ।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…