ପୋଲିସ୍ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ, ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ଦାମୀ କାର୍ !

ଭୁବନେଶ୍ୱର (କେନ୍ୟୁଜ୍): ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ଅଡୁଆ ବଢିଛି । ପୋଲିସ ମାମଲା ରୁଜୁ କରିବା ପରେ ସୋନାଲିଙ୍କୁ ପଚରାଉଚରା କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏପରିକି ଆବଶ୍ୟକ ହେଲେ ପୁଣିଥରେ ପଚରାଉଚରା କରିପାରେ । ଅନ୍ୟପଟେ ଏହି ମାମଲାର ତଦନ୍ତ କରିବା ସମୟରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ ।

ସୌମ୍ୟଙ୍କ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ହେଲା ଦାମୀ କାର । ସୋନାଲି ଏବଂ ତାଙ୍କ ମାଆ ସୌମ୍ୟଙ୍କୁ ଏକ ଦାମୀ କାର୍‌ ଉପହାର ଦେବାକୁ କହିଥିଲେ । କୋଟିଏ ଟଙ୍କାର ଦାମୀ କାର୍‌ ଦେବାକୁ ସୌମ୍ୟଙ୍କ ପାଖରେ ସମ୍ବଳ ନଥିଲା। କାର୍‌ ନଦେଲେ ତାଙ୍କ ପାଖରେ ରହବେନି ବୋଲି ରୋକଠୋକ କହିଥିଲେ ସୋନାଲି।

ଯେଉଁଥିପାଇଁ ସୌମ୍ୟ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଗତ ଜାନୁଆରୀ ୩୦ ତାରିଖରେ ଆତ୍ମହତ୍ୟା କରିଥିଲେ ସୌମ୍ୟ । ଆତ୍ମହତ୍ୟା ପୂର୍ବରୁ ଏକ ହାତଲେଖା ଚିଠି ଛାଡିଯାଇଥିଲେ । ଯେଉଁଥିରେ ତାଙ୍କ ଆତ୍ମହତ୍ୟା ପାଇଁ ସୋନାଲି ଦାୟୀ ବୋଲି ଲେଖିଥିଲେ।

You might also like