ରାଜ୍ୟ

କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ସକାଳେ ଡ. ସାମନ୍ତ ଫୁଲବାଣୀଠାରେ ଫୁଲବାଣୀ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ପୌରାଞ୍ଚଳରେ ବାକିଆ ଥିବା କାମ ତୁରନ୍ତ ଶେଷ କରାଯିବା ନେଇ ଡ. ସାମନ୍ତ ଆଲୋଚନା କରିଥିଲେ ।

ସେହିପରି ଜିଲ୍ଲାର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଜି ଫୁଲବାଣୀଠାରେ ଓ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବିଜେଡ଼ି ଜିଲ୍ଲା ମହିଳା ସଭାପତି ପୁନମ୍‌ କହଁର, ବିଜୁ ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଳିକ ଓ ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠୀଙ୍କ ସମେତ ବିଜେଡ଼ିର ବରିଷ୍ଠ ଦଳୀୟ କର୍ମକର୍ତ୍ତାଙ୍କ ସହ ଡ. ସାମନ୍ତ ଆଲୋଚନା କରିଥିଲେ । ଏହି ଅବସରରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍‌, ସିଡିଏମ୍‌ଓ ଡା. ମନୋଜ କୁମାର ଉପାଧ୍ୟାୟ, ଏଡ଼ିଏମ୍‌ଓ ଡା ଅଭୟ ପଟ୍ଟନାୟକ ଓ ଡିପିଏମ୍‌ ମନୋରଞ୍ଜନ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଡ. ସାମନ୍ତ ମେଡିକାଲର ନୂଆ ସିଟି ସ୍କାନ୍‌ ମେସିନକୁ ଲୋକାର୍ପଣ କରିଥିଲେ ।

ସେହିପରି ନିକଟରେ ଭୂମିପୂଜନ ହୋଇଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବାଲିଗୁଡ଼ାରେ କିଟ୍‌ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଦୁଇ ହସ୍ପିଟାଲ୍‌ ଓ ଦୁଇ ଦିବାଧ୍ୟାୟୀ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ କିଭଳି ତ୍ୱରାନ୍ଵିତ ହେବ ସେ ନେଇ ଡ. ସାମନ୍ତ ଏଥିରେ ନିୟୋଜିତ ଇଂଜିନିୟର ଓ ଠିକାଦାରଙ୍କ ସହ ଆଲୋଚନା କରିଥିଲେ । ପରେ ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟ ସାଂସ୍କୃତିକ ସଂସଦର ୩୯ତମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ସାମନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମାହାତ୍ମ୍ୟ ଓ ଶିକ୍ଷାର ଉପଯୋଗିତା ବିଷୟରେ ଉପଦେଶ ଦେଇଥିଲେ ।
ଅପରାହ୍ନରେ ଡ. ସାମନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ଡ. ସାମନ୍ତ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଜିଲ୍ଲାର ବିକାଶ ନେଇ ଆଲୋଚନା କରିଥିଲେ ।

 

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସଂସଦୀୟ କ୍ଷେତ୍ରରେ ଦୁଇ ଦିନିଆ ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ମ୍ୟୁନିସିପାଲିଟି ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଛନ୍ତି । ବକେୟା କାମ ତୁରନ୍ତ ଶେଷ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ସିଟି ସ୍କାନ୍‌ ମେସିନକୁ ଡ. ସାମନ୍ତ ଲୋକାର୍ପଣ କରିଥିଲେ । ଫୁଲବାଣୀ ଓ ବାଲିଗୁଡ଼ାରେ ଦୁଇ କର୍ପୋରେଟ୍‌ ହସ୍ପିଟାଲ୍‌ ଓ ଦୁଇ ଦିବାଧ୍ୟାୟୀ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ ନେଇ ଡ. ସାମନ୍ତ ଇଂଜିନିୟର ଓ ଠିକାଦାରଙ୍କ ସହ ଆଲୋଚନା କରିଥିଲେ ।.

KNews Bureau

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

7 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

23 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

56 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

58 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago