ରାଜ୍ୟ

କରୋନା ମହାମାରୀ ଭଳି ଦୁର୍ଦ୍ଦିନରେ ୧୨ଟି ପରିବାରକୁ ଏକ ମାସର ଘର ଭଡ଼ା ଛାଡ଼ କଲେ ଘର ମାଲିକ, ଦେଲେ ଗୋଟେ ବସ୍ତା ଚାଉଳ

ବ୍ରହ୍ମପୁର(କେନ୍ୟୁଜ୍): କୋରନା ଭାଇରସକୁ ମୁକାବିଲା କରିବା ଲାଗି ଦେଶରେ ଜାରି ରହିଛି ଲକ୍ ଡାଉନ । ଏହାକୁ କଡ଼ାକଡି ଭାବେ ପାଳନ କରୁଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଅନେକ ଦୋକାନ ବଜାର ବନ୍ଦ ରିହିଛି । ଏଥିପାଇଁ ବେଶ୍ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ ବ୍ୟବସାୟୀ ଓ ଶ୍ରମିକ ଶ୍ରେଣୀର ଲୋକେ । ଏଭଳି ସ୍ଥିତିରେ ଅନେକ ନିଜ ନିଜର ରୋଜଗାର ହରାଇଛନ୍ତି ।

ଏଭଳି ଏକ ଦୁର୍ଦ୍ଦିନ ସମୟର ଏଭଳି ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ବ୍ରହ୍ମପୁର ସହରର ମୂରଲୀ ମୋହନ ଆଚାର୍ଯ୍ୟ । ନିଜ ଘରେ ଥିବା ୧୨ଟି ପରିବାରର ଭଡାଟିଆଙ୍କୁ ଗୋଟିଏ ମାସର ଘର ଭଡ଼ା ଛାଡ଼ କରିବା ସହ ଗୋଟିଏ ଗୋଟିଏ ଚାଉଳ ବସ୍ତା ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କରି ଏଭଳି ସହାୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତାଙ୍କରି ଏଭଳି କାର୍ଯ୍ୟକୁ ନେଇ ବ୍ରହ୍ମପୁର ଉପ- ଜିଲ୍ଲାପାଳଙ୍କ ଦ୍ୱାରା ସେ ସମ୍ମାନୀତ ହୋଇଛନ୍ତି ।

ତାଙ୍କର ଘରେ ପ୍ରାୟ ୧୨ଟି ପରିବାର ଭଡ଼ା ସୂତ୍ରରେ ରହୁଥିବା ବେଳେ ଅଧିକାଂଶ ଲୋକେ ଛୋଟ ଛୋଟ ବ୍ୟବସାୟ ଓ ଗୁପଚୁପ୍ ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ଲକ୍ ଡାଉନ ଯୋଗୁଁ ସେମାନେ ନିଜ ଜୀବିକା ହରାଇ ଥିବା ବେଳେ ବହୁ ଦୁଃଖ କଷ୍ଟରେ ଚଳୁଥିବା ଦେଖି ଏଭଳି ସହାୟତାର ହାତ ବଢାଇଛନ୍ତି । ଏହା ସହ ସହରରେ ଥିବା ଅନ୍ୟ ଘର ମାଲିକ ମାନେ ମଧ୍ୟ ନିଜ ନିଜ ଘରେ ଥିବା ଗରିବ ଓ ନିରାଶ୍ରୟ ଲୋକଙ୍କ ଘର ଭଡ଼ା ଛାଡିବା ଲାଗି ନିବେଦନ କରିଛନ୍ତି ମୂରଲୀ ମୋହନ । ମୂରଲୀ ମୋହନଙ୍କ ଏଭଳି ଅସମୟରେ ସହାୟତା ଯୋଗାଇ ଦେଇଥିବା ହେତୁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ତାଙ୍କରି ଏଭଳି କାର୍ଯ୍ୟ ସହରର ଅନ୍ୟ ଘର ମାଲିକ ମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ।

Sonalisa

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

12 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

19 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

26 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

34 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

36 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

44 mins ago