କରୋନା ମହାମାରୀ ଭଳି ଦୁର୍ଦ୍ଦିନରେ ୧୨ଟି ପରିବାରକୁ ଏକ ମାସର ଘର ଭଡ଼ା ଛାଡ଼ କଲେ ଘର ମାଲିକ, ଦେଲେ ଗୋଟେ ବସ୍ତା ଚାଉଳ

ବ୍ରହ୍ମପୁର(କେନ୍ୟୁଜ୍): କୋରନା ଭାଇରସକୁ ମୁକାବିଲା କରିବା ଲାଗି ଦେଶରେ ଜାରି ରହିଛି ଲକ୍ ଡାଉନ । ଏହାକୁ କଡ଼ାକଡି ଭାବେ ପାଳନ କରୁଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଅନେକ ଦୋକାନ ବଜାର ବନ୍ଦ ରିହିଛି । ଏଥିପାଇଁ ବେଶ୍ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ ବ୍ୟବସାୟୀ ଓ ଶ୍ରମିକ ଶ୍ରେଣୀର ଲୋକେ । ଏଭଳି ସ୍ଥିତିରେ ଅନେକ ନିଜ ନିଜର ରୋଜଗାର ହରାଇଛନ୍ତି ।

muraliiଏଭଳି ଏକ ଦୁର୍ଦ୍ଦିନ ସମୟର ଏଭଳି ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ବ୍ରହ୍ମପୁର ସହରର ମୂରଲୀ ମୋହନ ଆଚାର୍ଯ୍ୟ । ନିଜ ଘରେ ଥିବା ୧୨ଟି ପରିବାରର ଭଡାଟିଆଙ୍କୁ ଗୋଟିଏ ମାସର ଘର ଭଡ଼ା ଛାଡ଼ କରିବା ସହ ଗୋଟିଏ ଗୋଟିଏ ଚାଉଳ ବସ୍ତା ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କରି ଏଭଳି ସହାୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତାଙ୍କରି ଏଭଳି କାର୍ଯ୍ୟକୁ ନେଇ ବ୍ରହ୍ମପୁର ଉପ- ଜିଲ୍ଲାପାଳଙ୍କ ଦ୍ୱାରା ସେ ସମ୍ମାନୀତ ହୋଇଛନ୍ତି ।

familyତାଙ୍କର ଘରେ ପ୍ରାୟ ୧୨ଟି ପରିବାର ଭଡ଼ା ସୂତ୍ରରେ ରହୁଥିବା ବେଳେ ଅଧିକାଂଶ ଲୋକେ ଛୋଟ ଛୋଟ ବ୍ୟବସାୟ ଓ ଗୁପଚୁପ୍ ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ଲକ୍ ଡାଉନ ଯୋଗୁଁ ସେମାନେ ନିଜ ଜୀବିକା ହରାଇ ଥିବା ବେଳେ ବହୁ ଦୁଃଖ କଷ୍ଟରେ ଚଳୁଥିବା ଦେଖି ଏଭଳି ସହାୟତାର ହାତ ବଢାଇଛନ୍ତି । ଏହା ସହ ସହରରେ ଥିବା ଅନ୍ୟ ଘର ମାଲିକ ମାନେ ମଧ୍ୟ ନିଜ ନିଜ ଘରେ ଥିବା ଗରିବ ଓ ନିରାଶ୍ରୟ ଲୋକଙ୍କ ଘର ଭଡ଼ା ଛାଡିବା ଲାଗି ନିବେଦନ କରିଛନ୍ତି ମୂରଲୀ ମୋହନ । ମୂରଲୀ ମୋହନଙ୍କ ଏଭଳି ଅସମୟରେ ସହାୟତା ଯୋଗାଇ ଦେଇଥିବା ହେତୁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ତାଙ୍କରି ଏଭଳି କାର୍ଯ୍ୟ ସହରର ଅନ୍ୟ ଘର ମାଲିକ ମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.