Below header

ଘରେ ପହଞ୍ଚିବା ଆଗରୁ ଜୀବନ ହାରିଲେ ପ୍ରବାସୀ ଶ୍ରମିକ, ସମ୍ପୂର୍ଣ୍ଣ ସୁରକ୍ଷା ସହ ଶେଷକୃତ୍ୟ ସମ୍ପନ୍ନ କଲା ପୁଅ

ଉତ୍ତରପ୍ରଦେଶ ରାଜ୍ୟ ସନ୍ଥ କବୀର ନଗର ଅଂଚଳର ୬୮ ବର୍ଷୀୟ ରାମକୃପାଲ ନାମକ ଜଣେ ପ୍ରବାସୀ ଶ୍ରମିକ ମୁମ୍ବାଇରୁ ଘରକୁ ଚାଲି ଚାଲି ଆସୁଥିବା ବେଳେ ବାଟରେ ପ୍ରାଣ ହରାଇଛନ୍ତି । ୪ ଦିନ କାଳ ଦୀର୍ଘ ୧୬୦୦ କିଲୋମିଟରର ରାସ୍ତା କିଛି ବାଟ ଟ୍ରକରେ ଓ କିଛି ବାଟ ଚାଲି ଚାଲି ଆସିବା ବେଳେ ମଝି ରାସ୍ତାରେ ହିଁ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଘରେ ପହଂଚିବାର ମାତ୍ର ୩୦ କିମି ଦୂରରୁ ହିଁ ପ୍ରାଣ ହରାଇଛନ୍ତି । ପରେ ତାଙ୍କର ଟେଷ୍ଟ କରାଯିବାରୁ ସେ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା । ରାମକୃପାଲଙ୍କ ପତ୍ନୀଙ୍କୁ କ୍ଵରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ରାମକୃପାଲଙ୍କ ପରିବାର ମୃତଦେହ ଠାରୁ ଦୁରେଇ ରହିଥିବା ବେଳେ ତାଙ୍କର ଏକମାତ୍ର ପୁଅ କରୋନା ପୋଷାକ ପରିଧାନ କରି ବାପାଙ୍କର ଶବ ସତ୍କାର କରିଥିଲେ ।

ppe kit new

ସୂଚନା ମୁତାବକ ରାମକୃପାଲ ପ୍ରଥମେ ଅନ୍ୟ ପ୍ରବାସୀ ଶ୍ରମିକଙ୍କ ସହ ଟ୍ରକ ଯୋଗେ କିଛି ବାଟ ଆସିବା ସହ ବାକି ବାଟ ଚାଲି ଚାଲି ଘରକୁ ଫେରୁଥିଲେ । ଅସୁସ୍ଥ ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା । ପିତାଙ୍କ ସମ୍ବନ୍ଧରେ ସୂଚନା ପାଇ ପୁଅ ସୁରେନ୍ଦ୍ର ଡାକ୍ତରଖାନାରେ ପହଂଚି ଥିଲେ । ପରେ ତାଙ୍କ ମୃତ ଦେହକୁ ସ୍ମସାନ ନେଇ ସେଠାରେ ଅନ୍ତିମ ସଂସ୍କାର କରିଥିଲେ । ପରିବାରର ଅନ୍ୟ ସଦସ୍ୟ ମାନେ ଘଟଣା ସ୍ଥଳରେ ପହଂଚି ଥିଲେ ମଧ୍ୟ ମୃତ ଶରୀରକୁ ଛୁଇଁ ନଥିଲେ । କେବଳ ଅନ୍ତିମ ସଂସ୍କାର କରିବା ପାଇଁ ପୁଅଙ୍କୁ ହିଁ ଅନୁମତି ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.