ଲକଡାଉନ ପରେ ଟୁର୍ ପାଇଁ କରୁଛନ୍ତି କି ପ୍ଲାନ, ପ୍ରଥମ ଅନ୍ତରାଷ୍ଟ୍ରୀୟ ଫ୍ଲାଇଟ ପାଇଁ ଆରମ୍ଭ ହେଲାଣି ବୁକିଂ

ନୂଆଦିଲ୍ଲୀ : ଲମ୍ବା ଲକଡାଉନ ପରେ ଯଦି ଆପଣ ବୁଲିବା ପାଇଁ ପ୍ଲାନ କରୁଛନ୍ତି ତେବେ ସେହି ସୁଯୋଗ ଆସିସାରିଲାଣି। ଏବେ ଫଟାଫଟ କରନ୍ତୁ ବୁକିଙ୍ଗ। ଭାରତରେ ଅନ୍ତରାଷ୍ଟ୍ରୀୟ ଫ୍ଲାଇଟ୍ସ ପାଇଁ ମଧ୍ୟ ବୁକିଙ୍ଗ ଆରମ୍ଭ ହୋଇସାରିଲାଣି। ଟ୍ରାଭେଲ ସାଇଟରେ ମିଳିବ ଟିକେଟ। ସବୁଠୁ ଖାସ କଥା ହେଉଛି କିଛି ଦେଶ ନିଜର ସମସ୍ତ ଅନ୍ତରାଷ୍ଟ୍ରୀୟ ଟୁରିଷ୍ଟ ପାଇଁ ବିମାନବନ୍ଦର ଖୋଲି ସାରିଛନ୍ତି।

ମେ ୧୮ ତାରିଖରୁ ଅନ୍ତରାଷ୍ଟ୍ରୀୟ ଫ୍ଲାଇଟ୍ସ ବୁକିଙ୍ଗ ଆରମ୍ଭ

ସୂଚନା ଅନୁଯାୟୀ ମେ ୧୮ ତାରିଖରୁ ଅନ୍ତରାଷ୍ଟ୍ରୀୟ ବିମାନ ବୁକିଙ୍ଗ ଆରମ୍ଭ ହେବ। ଦିଲ୍ଲୀ ପୂର୍ବରୁ ଫ୍ଲାଇଟ୍ ବ୍ୟାଂକକ ପାଇଁ ଆରମ୍ଭ ହେଉଛି। ଶ୍ରୀଲଙ୍କାନ ଏୟାରଲାଇନ୍ସ ଆପଣଙ୍କୁ ବ୍ୟାଂକକ ପାଇଁ ଟିକେଟ ଉପଲବ୍ଧ କରାଇବ। ଏହି ବିମାନ ପ୍ରଥମେ କଲୋମ୍ବୋ ଯିବା ଏବଂ ତାପରେ ଯାଇ ବ୍ୟାଂକକରେ ପହଞ୍ଚିବ।

ଥାଇଲାଣ୍ଡ ଖୋଲିଦେଇଛି ନିଜର ସମସ୍ତ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ

କରୋନା ଭାଇରସ ସଂକ୍ରମଣ ଲକଡାଉନ ଭିତରେ ଥାଇଲାଣ୍ଡ ଅନ୍ତରାଷ୍ଟ୍ରୀୟ ଟୁରିଷ୍ଟଙ୍କୁ ନଜରରେ ରଖି ନିଜର ସମସ୍ତ ଏୟାରପୋର୍ଟକୁ ଖୋଲି ଦେଇଛି। ଏହାସହିତ ଇଟାଲୀ ମଧ୍ୟ ବହୁତ ଜଲ୍ଦି ନିଜର ସମସ୍ତ ଏୟାରପୋର୍ଟକୁ ଖୋଲିବାକୁ ବିଚାର କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.