Below header

କରୋନାରେ ପରୋପକାର, ଲକ୍‌ଡାଉନ୍‌ରେ ପ୍ରତିଦିନ ୧୨ ହଜାର ଲୋକଙ୍କୁ ଦୁଇ ଓଳି ଖାଇବା ଯୋଗାଉଛନ୍ତି ଏହି ବ୍ୟକ୍ତି

କରୋନା ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାସ୍‌ କରି ଦିନ ମଜୁରିଆ, ଶ୍ରମିକ, ଭିକାରୀ ତଥା ଗରିବ ଲୋକମାନେ ଏଭଳି ସ୍ଥିତିରେ ଦିମୁଠା ଦାନା ଯୋଗାଡ଼ କରିପାରୁନାହାନ୍ତି। ଏହି ସମୟରେ କେତେକ ବେସରକାରୀ ସଂସ୍ଥା ଓ ସାହାଯ୍ୟକାରୀ ଲୋକ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସୁରତର ସେହିଭଳି ଜଣେ ପରୋପକାରୀ ବ୍ୟକ୍ତି ହେଉଛନ୍ତି ଜିଗ୍ନେଶ ଗାନ୍ଧୀ।

surat

ଜିଗ୍ନେଶ ପେସାରେ ଜଣେ ଟେକ୍ସଟାଇଲ୍‌ ବ୍ୟବସାୟୀ। ସେ ପ୍ରତିଦିନ ସକାଳ ୬ଟାରୁ ଉଠି ଲୋକଙ୍କ ସାହଯ୍ୟ କରିବାକୁ ଘରୁ ବାହାରି ଆସିଥାନ୍ତି। ଲକ୍‌ଡାଉନ୍‌ ଘୋଷଣା ହେବା ଦିନଠାରୁ ଅର୍ଥାତ୍‌ ପ୍ରାୟ ୪୬ ଦିନ ହେବ ସେ ୧୨,୦୦୦ ଲୋକଙ୍କୁ ଦୁଇ ଓଳି ଖାଇବା ଯୋଗାଉଛନ୍ତି। ସେ ପ୍ରତିଦିନ ସୁରତର ସ୍ଥାନୀୟ ପରିବା ମଣ୍ଡିରୁ ୧୫୦ କେଜିରୁ ଅଧିକ ପରିବା କିଣିଥାନ୍ତି। ଏଥିସହ ୫୦୦ କେଜି ଡାଲି-ଚାଉଳ କିଣିଥାନ୍ତି। ସମସ୍ତ ସାମଗ୍ରୀକୁ ସେ ୬ଟି ସ୍ଥାନରେ ପହଞ୍ଚାଇଥାନ୍ତି। ସେଠାରେ ଭୋଜନ ପ୍ରସ୍ତୁତ ହୋଇ ବଣ୍ଟାଯାଏ।

Surat3

ଏନେଇ ୪୫ ବର୍ଷୀୟ ଜିଗ୍ନେଶ ଗାନ୍ଧୀ କୁହନ୍ତି ଯେ ଆମେ ଜାଣିଛୁ ଖାଲି ପେଟରେ ଶୋଇବା କେମିତି ହୋଇଥାଏ। ଏଣୁ ଲୋକଙ୍କୁ ଭୋକରେ ବ୍ୟସ୍ତ ହେଉଥିବା ଦେଖିପାରେନି। ଏବେ ଭୋକିଲାଙ୍କ ପେଟ ଭରୁଛି। ତେବେ ମୁଁ ଏଭଳି କାମ ପ୍ରଥମ ଥର ପାଇଁ କରୁନି। ୧୬ ବର୍ଷ ବୟସରୁ ହିଁ ମୁଁ ଲୋକଙ୍କ ସାହାଯ୍ୟ କରିଆସୁଛି।

Surat4

ଜିଗ୍ନେଶଙ୍କ କହିବା ମୁତାବକ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏବେ ଯାଏଁ ସେ ପ୍ରାୟ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ବାକି ଟଙ୍କା ତାଙ୍କ ଏନ୍‌ଜିଓ ସଂସ୍ଥା ଅଲୟନ୍ସ କ୍ଲବ ଅଫ୍‌ ସୁରତ ‘ହୋପ’ରୁ ଆସୁଛି। ସେ କହିଛନ୍ତି ଯେ ତାଙ୍କୁ ସରକାର କିମ୍ବା ଅନ୍ୟ କୌଣସି ସଂସ୍ଥାରୁ ସହାୟତା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.