Below header

ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଖୁବ ଶୀଘ୍ର ବିଶ୍ୱରେ ୩ ଲକ୍ଷ ଛୁଇଁବ କରୋନା ମୃତ୍ୟୁ ସଂଖ୍ୟା

କେନ୍ୟୁଜ: ସାରା ବିଶ୍ୱରେ ବେକାବୁ କରୋନା । ୨୧୨ଟି ରାଷ୍ଟ୍ରରେ ଭୂତାଣୁ କାୟା ମେଲାଇଥିବା ବେଳେ ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ଖୁବ ଶୀଘ୍ର ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଛୁଇଁପାରେ। ଏଥିରେ ୪୪ ଲକ୍ଷ ୩୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୧୬ ଲକ୍ଷ ୬୨ ହଜାରରୁ ଅଧିକ ଲୋକ ଆରୋଗ୍ୟ ହୋଇସାରିଛନ୍ତି । କରୋନା ମୃତ୍ୟୁ ତାଲିକାରେ ସର୍ବାଗ୍ରେ ରହିଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ।

ରିପୋର୍ଟ ଅନୁଯାୟୀ ଆମେରିକାରେ ୮୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି କରୋନା ଭୂତାଣୁ । ସେହିପରି ବ୍ରିଟେନରେ ବର୍ତ୍ତମାନ ଶୁଦ୍ଧା ୩୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ୩୧ ହଜାର ଟପିଛି । କରୋନା ନେଇ କୌଣସି ଟିକା ଏଯାଏ ବାହାରିପାରିନାହିଁ । ବିଭିନ୍ନ ରାଷ୍ଟ୍ର ଏ ଦିଗରେ ଗବେଷଣା ଜାରି ରଖିଛନ୍ତି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଟିକା ବାହାରିବା ନେଇ ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.