ନିଜେ ରୋଜଗାର କରି ପୋଲିସକୁ ୫୦ ହଜାର ଟଙ୍କା ଦାନ କଲା ୩ ବର୍ଷର ଶିଶୁ, ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ

କରୋନା ସଙ୍କଟ ମଧ୍ୟରେ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଲୋକଙ୍କ ସାହାଯ୍ୟ କରୁଛନ୍ତି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ତାଲିକାରେ ଏବେ ଏକ ୩ ବର୍ଷର ଶିଶୁର ନାଁ ଯୋଡ଼ି ହୋଇଛି। ମୁମ୍ବାଇରେ ରହୁଥିବା ଏକ ୩ ବର୍ଷୀୟ ଶିଶୁ ନିଜେ ରୋଜଗାର କରିଥିବା ଟଙ୍କା ମୁମ୍ବାଇ ପୋଲିସକୁ ଦାନ କରିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ ମଙ୍ଗଳବାର ଦିନ ୩ ବର୍ଷୀୟ କବୀର ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ପହଞ୍ଚି ୫୦ ହଜାର ଟଙ୍କାର ଚେକ୍‌ ଦାନ କରିଛନ୍ତି। କବୀର ଏହି ଅର୍ଥ କପ୍‌ କେକ୍‌ ବିକ୍ରି କରି ରୋଜଗାର କରିଛନ୍ତି। କବୀର ମଙ୍ଗଳବାର ଦିନ ବାପା ମାଙ୍କ ସହ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଏହି ଅର୍ଥ ଦାନ କରିଛନ୍ତି। ଏନେଇ ମୁମ୍ବାଇ ପୋଲିସ ଟ୍ଵିଟ୍‌ କରି ସୂଚନା ଦେଇଛି। ମୁମ୍ବାଇ ପୋଲିସ ତରଫରୁ ଏକ ଭିଡ଼ିଓ ଜାରି କରାଯାଇ କବୀରଙ୍କୁ ଖୁବ୍‌ ପ୍ରଶଂସା କରାଯାଇଛି।

Coronavirus Treatment Could Lie in Existing Drugs

ମୁମ୍ବାଇ ପୋଲିସ ଦ୍ୱାରା ସେୟାର କରାଯାଇଥିବା ଏହି ଟ୍ଵିଟ୍‌କୁ ୧୦୦୦ରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ବହୁତ ଲୋକ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.