ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା, ଜିଲ୍ଲାପାଳଙ୍କୁ ମଗାଗଲା ରିପୋର୍ଟ

ବାଲେଶ୍ବର(କେନ୍ୟୁଜ୍): ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣାରେ ଜିଲ୍ଲାପାଳଙ୍କୁ ମଗାଯାଇଛି ରିପୋର୍ଟ। ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ। ଏ ବିଷୟରେ ସରକାର ଅବଗତ ଥିବାବେଳେ ଏନେଇ ତଦନ୍ତ ଚାଲିଛି । ଏଭଳି ବ୍ୟବହାର କାହାକୁ ବି କରିବା ଠିକ୍ ନୁହେଁ । ଏହି କୋରୋନା ମହାମାରୀ ସମୟରେ ଅନେକ କୋରୋନା ଯୋଦ୍ଧା ଧର୍ଯ୍ୟର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଯେତେବି ପ୍ରଶଂସା କଲେ ବି କମ୍ ।
ଶୁଣନ୍ତୁ କଣ କହୁଛନ୍ତି ବାଲିଆପାଳ ବିଡ଼ିଓ :

ସୂଚନା ଅନୁଯାୟୀ, ରାଜ୍ଯ ସରକାର ବାହାର ରାଜ୍ଯ ରେ ଫସି ରହିଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ  ସମସ୍ତ ପ୍ରକାର ବନ୍ଦୋବସ୍ତ କରୁଛନ୍ତି।  ମାତ୍ର କିଛି ପ୍ରଶାସନିକ ଅଧିକାରୀ ସୁରତରୁ ପହଞ୍ଚି ଥିବା ପ୍ରବାସୀ ଓଡିଆଙ୍କୁ ଗାଳିଗୁଲଜ କରିବା ସହ ଧମକାଇବାକୁ ବି ପଛାଉ ନାହାନ୍ତି। ଯାହାର ଏକ ଭିଡିଓ ଗତକାଲିଠାରୁ ଭାଇରାଲ ହେବାରେ ଲାଗିଛି। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ବିଡିଓ ଛବିରାଣୀ ସାହୁ କିଛି କଥାକୁ ନେଇ ପ୍ରବାସୀ ଓଡିଆଙ୍କୁ ତୁ ତାକରା ଭାଷା ଓ ବାରମ୍ବାର ପାଟି ଚୁପ୍ କର.. କହି ପ୍ରବାସୀ ଓଡିଆଙ୍କୁ ଗାଳିଗୁଳଜ କରିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.