Below header

ଆଜି ଅପରାହ୍ନ ୪.୩୦ ବଦଳରେ ୫.୩୦ରେ ପ୍ରେସମିଟ କରିବେ ମୁଖପାତ୍ର ସୁବ୍ରତ ବାଗଚି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚିଙ୍କ ଦୈନିକ ପ୍ରେସ ମିଟ ସମୟରେ ପରିବର୍ତ୍ତନ କରାଯାଇଛି । ଆଜି ୪.୩୦ ବଦଳରେ ୫.୩୦ରେ ଶ୍ରୀଯୁକ୍ତ ବାଗଚି କରୋନା ମୁକାବିଲା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । କେନ୍ଦ୍ରଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ  ଅପରାହ୍ନ ୪ ଟାରେ ପ୍ରେସମିଟ କରିବା ନେଇ ସ୍ଥିର ହୋଇଥିବାରୁ ଶ୍ରୀଯୁକ୍ତ ବାଗଚିଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ପରିବର୍ତ୍ତନ କରାଯାଇଥିବା ଜଣାଯାଇଛି । କିନ୍ତୁ ପ୍ରେସ ମିଟର ଲିଙ୍କ ପୂର୍ବ ଭଳି ସମାନ ରହିବ ବୋଲି ସୂଚନା ମିଳିଛି ।

କହି ରଖିବା ଉଚିତ ହେବଯେ, କରୋନା ମୁକାବିଲା ନେଇ ବିଭିନ୍ନ ତଥ୍ୟ ବାବଦରେ ରାଜ୍ୟବାସୀଙ୍କୁ ଅବଗତ କରିବା ପାଇଁ ପ୍ରତିଦିନ ସୁବ୍ରତ ବାଗଚି ଅପରାହ୍ନ ୪.୩୦ ମିନିଟ ସମୟରେ ଗୀତଗୋବିନ୍ଦ ସଦନରୁ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.