କେନ୍ଦ୍ରାପଡାରେ ପୁଣି ୧୩ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ୬୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡା(କେନ୍ୟୁଜ): କେନ୍ଦ୍ରାପଡାରେ ଆଉ ୧୩ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ୬୨୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା। ଚିହ୍ନଟ ୧୩ ପଜିଟିଭ୍‌ ସୁରତ ଫେରନ୍ତା। ବର୍ତ୍ତମାନ କେନ୍ଦ୍ରାପଡାରେ ସଂକ୍ରମିତଙ୍କ ସଂଖ୍ୟା ୨୨କୁ ବୃଦ୍ଧି। ଟ୍ଵିଟ କରି ସୂଚନା ଦେଲେ କେନ୍ଦ୍ରାପଡା ଜିଲ୍ଲାପାଳ। ସମସ୍ତ ଆକ୍ରାନ୍ତ ମହାକାଳପଡା, କେନ୍ଦ୍ରାପଡା ଏବଂ କନିକା ଅଞ୍ଚଳର।

ସୂଚନା ମୁତାବକ ଆଜି ସକାଳୁ ରାଜ୍ୟରେ ୭୩ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ହୋଇଥିଲା ବେଳେ ବର୍ତ୍ତମାନ କେନ୍ଦ୍ରାପଡାରେ ପୁଣି ୧୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୪୭୮ ଚିକିତ୍ସିତ ଥିବା ବେଳେ ୧୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.