କୋଲକତାରେ ଲକ୍ ଡାଉନ୍ ନିୟମକୁ ଖୁଲମଖୁଲା ଆଖିଠାର, ଦୁଇ ହଜାରରୁ ଅଧିକ ଓଡିଆ ଶ୍ରମିକ ଏବେ ବି ମାଲିକଙ୍କ ଚାପରେ କରୁଛନ୍ତି କାମ

କୋଲକତା: କୋଲକତା ମହାନଗରୀର ୨୭୩ଟି କଣ୍ଟେନମେଣ୍ଟ ଜୋନ ଭିତରେ ରହିଛି ବଡବଜାର ଓ ପୋସ୍ତାବଜାର । ଏଠାରେ ଦୁଇ ହଜାରରୁ ଅଧିକ ଓଡିଆ ଭାଷୀ କେବଳ ଶ୍ରମିକ ଭାବେ କାର୍ଯ୍ଯ କରନ୍ତି । ବିଶେଷ ଭାବେ ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ମାଲ୍ ବୋଝେଇ ଗାଡି ମାନଙ୍କରେ ଏମାନେ ମାଲ୍ ଉଠାଇବା ଓ ଓହ୍ଲାଇବା କାମ କରନ୍ତି । କିନ୍ତୁ ଲକ୍ ଡାଉନ୍ ସତ୍ବେ ଏଠାରେ ଅବମାନନା ହେଉଛି ସବୁ ନିୟମ । ମାଲିକଙ୍କ ଚାପରେ ଏମାନେ ଏବେ ବି କାମ କରୁଛନ୍ତି । ଆଉ ସବୁ କିଛି ଦେଖି ନିରବଦ୍ରଷ୍ଟା ସାଜିଛି ପୋଲିସ୍ । କିଛି ଲୋକ ଏସବୁ ଦେଖି କ୍ଷୋଭ ପ୍ରକାଶ କରୁଥିଲେ ସୁଦ୍ଧା ପାଟି ଖୋଲିବାକୁ ସାହସ କରିପାରୁନାହାନ୍ତି ।

kolkataଓଡିଆ ଶ୍ରମିକମାନେ ନିଜ ଜନ୍ମମାଟିକୁ ଫେରିଯିବାକୁ ଚାହୁଁଥିଲେ ସୁଦ୍ଧା ଲକ୍ ଡାଉନ୍ ଯୋଗୁ କିଛି ପଦକ୍ଷପ ଗ୍ରହଣ କରିପାରୁନାହାନ୍ତି । ବାଧ୍ଯ ହୋଇ ମାଲିକ ମାନଙ୍କ କଥାରେ ଉଠ୍ ବସ୍ ହେଉଛନ୍ତି । ଏହାସହିତ କୋଲକତାରେ ଯେହେତୁ ଚିକିତ୍ସା ବ୍ଯବସ୍ଥା ମଧ୍ଯ ଏତେ ଭଲ ନାହିଁ ତେଣୁ କରୋନାକୁ ନେଇ ସେମାନଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ସେମାନେ ତୁରନ୍ତ ନିଜ ପରିବାର ପାଖକୁ ଫେରିଯିବାକୁ ଆଶା ରଖିଛନ୍ତି । ତେବେ ଏହି ପରିପେକ୍ଷୀରେ ବର୍ତ୍ତମାନ ସରକାର ସେମାନଙ୍କୁ ସାହାଯ୍ଯର ହାତ ବଢାଇଛନ୍ତି । ଫସି ରହିଥିବା ଓଡିଆଙ୍କୁ ପ୍ରତିଦିନ ଦୁଇଟି କିମ୍ବା ଆହୁରୀ ଅଧିକ ବସ୍ ମାଧ୍ଯମରେ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.