WHOର ବଡ଼ ବୟାନ, ବିଶ୍ୱରୁ ଏବେ ଯାଉନି କରୋନା; ବଦଳାଇବାକୁ ପଡ଼ିବ ନିଜ ଜୀବନଶୈଳୀ

କରୋନା ସ୍ଥିତି ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂରା ନଜର ରଖିଛି। କୋଭିଡ୍‌-୧୯କୁ ନେଇ ସବୁବେଳେ ସତର୍କ କରୁଥିବା ଡବ୍ଲ୍ୟୁଏଚ୍‌ଓ ଏବେ ଆଉ ଏକ ଚାଞ୍ଚଲ୍ୟକର ବୟାନ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆପତକାଳୀନ ପ୍ରମୁଖ କହିଛନ୍ତି ଯେ କରୋନା ଉପରେ କେବେ ନିୟନ୍ତ୍ରଣ କରିହେବ ସେ ନେଇ ଅନୁମାନ ଲଗାଇବା କଷ୍ଟକର। ଜେନିଭାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡା.ମାଇକେଲ ରୟାନ କହିଛନ୍ତି ଯେ ସମ୍ଭବତଃ ଏହି ଭାଇରସ୍‌ ଏମିତି ହିଁ ରହିଥିବ। ସେ କହିଛନ୍ତି ଯେ ଏବେ ସଂକ୍ରମିତଙ୍କ ସଂଖ୍ୟା କମୁଛି। ଏହାର ଟୀକା ବାହାରିବାକୁ ମଧ୍ୟ ସମୟ ଲାଗୁଛି। ଏଣୁ ଏହା ଆମ ସମାଜରେ ଏକ ମହାମାରୀ ବିଷାଣୁ ହୋଇ ଦୀର୍ଘ ସମୟ ଯାଏଁ ରହିପାରେ।

Coronavirus: What it does to the body - BBC News

ସେ କହିଛନ୍ତି ଯେ ପୂର୍ବରୁ ଆସିଥିବା ରୋଗ ଯଥା ଏଚ୍‌ଆଇଭି ଯେମିତି ଏବେ ବି ରହିଛି ଓ ଏହାର ଚିକିତ୍ସା ବାହାରିଛି ସେହିଭଳି କରୋନା ପାଇଁ ମଧ୍ୟ ହେବ। ରୟାନ କହିଛନ୍ତି ଯେ କରୋନା ପାଇଁ ଟୀକା ତିଆରି ହେବ ବୋଲି ଆଶା ରହିଛି। କିନ୍ତୁ ଏତେ ପରିମାଣରେ ଟୀକା ପ୍ରସ୍ତୁତ କରିବାକୁ ସମୟ ଲାଗିବ। ଏଥିସହ ସମସ୍ତଙ୍କ ନିକଟରେ ଟୀକା ପହଞ୍ଚାଇବା ମଧ୍ୟ କଷ୍ଟକର ବିଷୟ ବୋଲି କହିଛନ୍ତି ରୟାନ୍‌।

Coronavirus ‘may never go away’, could become an endemic, says WHO

ସୂଚନାଯୋଗ୍ୟ ଯେ ଏବେ ଯାଏଁ ସାରା ଦୁନିଆରେ କରୋନା ଭାଇରସ୍‌ ଯୋଗୁ ପ୍ରାୟ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି ୪୨ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। କେବଳ ଆମେରିକାରେ ହିଁ ଏହି ଭାଇରସ୍‌ ଯୋଗୁ ୧୧ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ଭାରତରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଭାରତରେ କରୋନା ଯୋଗୁ ୨୪୧୫ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.