Below header

ଯାତ୍ରୀଙ୍କୁ ରେଲୱେ ଦେଲା ବଡ ଝଟକା, ୩୦ ଜୁନ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଟିକେଟ କ୍ୟାନ୍ସଲ

ଭାରତୀୟ ରେଲୱେ ଯାତ୍ରୀ ମାନଙ୍କୁ ଦେଇଛି ଝଟକା। ରେଲୱେ ଏକ ନୂଆ ଅପଡେଟ ଜାରି କରିଛି। ଯେଉଁଥିରେ ରେଳବାଇ ଜଣାଇଛି ଯେ ୩୦ ଜୁନ ୨୦୨୦ କିମ୍ବା ତା ପୂର୍ବରୁ ଯାତ୍ରା କରିବା ପାଇଁ ବୁକ ହୋଇଥିବା ସମସ୍ତ ଟିକେଟକୁ କ୍ୟାନ୍ସଲ କରିଦିଆଯାଇଛି। ଏଥିସହିତ ଜୁନ ୩୦ ପର୍ଯ୍ୟନ୍ତ ବୁକ ହୋଇଥିବା ସମସ୍ତ ଟିକେଟର ରାଶି ମଧ୍ୟ ଫେରାଇ ଦିଆଯାଇଛି।

ସମାଚାର ଏଜେନ୍ସି ଏଏନଆଇର ଖବର ମୁତାବକ ଭାରତୀୟ ରେଲୱେ ଜୁନ ୩୦ ତାରିଖ କିମ୍ବା ତାପୂର୍ବରୁ ବୁକ ହୋଇଥିବା ଟିକେଟକୁ କ୍ୟାନ୍ସଲ କରିଦେଇଛି। ଏଥିସହିତ ଟିକେଟର ରିଫଣ୍ଡ ମଧ୍ୟ କରିଦେଇଛି। ସେହିପରି ସମସ୍ତ ସ୍ପେଶାଲ ଏବଂ ଶ୍ରମିକ ଟ୍ରେନ ନିଜ ସମୟ ଅନୁଯାୟୀ ଚାଲିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ରେଲୱେ ମଇ ୧୭ ତାରିଖ ପର୍ଯ୍ୟନ୍ତ ଟ୍ରେନ ଟିକେଟକୁ ବାତିଲ କରିଥିଲା। ଆଉ ଏବେ ୩୦ ଜୁନ ପର୍ଯ୍ୟନ୍ତ ସମସ୍ତ ଟିକେଟକୁ କ୍ୟାନ୍ସଲ କରିବା ପାଇଁ ରେଲୱେ ଘୋଷଣା କରିଛି।


ଏହାପୂର୍ବରୁ ରେଲୱେ ଜଣାଇଥିଲା ଯେ ରାଜଧାନୀ ଏବଂ ଶତାବ୍ଦୀ ଟ୍ରେନ ଆରମ୍ଭ କରାଯିବ କିମ୍ବା ଟ୍ରେନ ଗୁଡିକ ୨୨ ମେ ଠାରୁ ଚାଲିବ ଏବଂ ଏହା ଆସନ୍ତା ୧୫ ମେ ବୁକିଙ୍ଗ ଆରମ୍ଭ ହେବ। ଏହା ଆଇଆରସିଟିସି ୱେବସାଇଟ ଜରିଆରେ ହିଁ ବୁକିଂ ହେବ। ଯଦିଓ ଏବେ ଟ୍ରେନରେ RAC ଟିକେଟ ମିଳିବନାହିଁ କିନ୍ତୁ ୱେଟିଂ ଟିକେଟ ମିଳିବ।

ଦେଶରେ କରୋନାର ସ୍ଥିତିକୁ ନଜରରେ ରଖି ରେଲୱେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ମାର୍ଚ୍ଚ ୨୪ ତାରିଖ ଠାରୁ ଦେଶରେ ରେଳ ଚଳାଚଳ ବନ୍ଦ ରହିଥିଲା। କିନ୍ତୁ ପ୍ରବାସୀ ଶ୍ରମିଳକଙ୍କୁ ଘରକୁ ନେବା ପାଇଁ କିଛି ସ୍ୱତନ୍ତ୍ର ଟ୍ରେନ ଚାଲିବା ନେଇ ସରକାର ଅନୁମତି ଦେଇଛନ୍ତି। ଯାତ୍ରୀ ପରିବହନ ପାଇଁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.