Below header

ଭଦ୍ରକ: ୪୦ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା, ଆହୁରି ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି

ଭଦ୍ରକ(କେନ୍ୟୁଜ): ଭଦ୍ରକରେ ୪୦ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ଆଜି ଆଉ ୯ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଗୁଜରାଟ ଲିଙ୍କ୍‌, ୩ଜଣ ପଶ୍ଚିମବଙ୍ଗ ଲିଙ୍କ୍‌ ଓ ଜଣଙ୍କର କର୍ଣ୍ଣାଟକ ଲିଙ୍କ୍‌ ଥିବା ଜଣାପଡିଛି। ସମସ୍ତ ଆକ୍ରାନ୍ତ ବାସୁଦେବପୁର, ବନ୍ତ, ଭଣ୍ଡାରୀପୋଖରୀ ଓ ଭଦ୍ରକ ବ୍ଲକର। ଏମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ହଜାର ପ୍ରବାସୀ ଭଦ୍ରକରେ ପହଞ୍ଚି ସାରିଥିବାବେଳେ ଆଜି ଆଉ ୩ଟି ଟ୍ରେନ୍‌ରେ ବିଭିନ୍ନ ରାଜ୍ୟର ପ୍ରବାସୀ ପହଞ୍ଚିବେ। ସେମାନଙ୍କ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ନିଜ ନିଜ ବ୍ଲକରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯିବ।

ଆଜି ରାଜ୍ୟରେ ଆଉ ୭୩ ପଜିଟିଭ୍‌ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି। ଗତକାଲି ୧୦୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୭୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ ରାଜ୍ୟରେ ୪୬୫ ଚିକିତ୍ସିତ, ୧୪୩ ସୁସ୍ଥଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.