କେବଳ କରୋନା ନୁହେଁ, ବିଶ୍ୱକୁ ପାଞ୍ଚ ପାଞ୍ଚଟି ମାରାତ୍ମକ ଭାଇରସ ଦେଇଛି ଚୀନ

ବିଶ୍ୱର କୋଣ ଅନୁକୋଣରେ ବର୍ତ୍ତମାନ ସମୟରେ କରୋନା ଭାଇରସ ନିଜ କାୟା ବିସ୍ତାର କରି ସାରିଲେଣି । ଭାରତର ପଡୋଶୀ ରାଷ୍ଟ୍ର ଚିନକୁ ମାରାତ୍ମକ କରୋନା ଭାଇରସର ଜନ୍ମ ଭୂମି ଭାବେ ଧରାଯାଉଛି । କିନ୍ତୁ ଜାଣନ୍ତିକି କେବଳ କରୋନା ନୁହେଁ ଚିନ ଏହା ଆଗରୁ ପାଞ୍ଚ ପାଞ୍ଚ ଟି ମହାମାରୀ ଭାଇରସକୁ ଜନ୍ମ ଦେଇ ବିଶ୍ୱରେ ଆତଙ୍କ ଖେଳେଇ ସାରିଛି । ଏଥିରେ ପୃଥିବୀର କୋଟି କୋଟି ଲୋକଙ୍କ ଅତି ଦୟନୀୟ ଭାବେ ଜୀବନ ବି ଯାଇଛି । ଏବାବଦରେ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପରାମର୍ଶ ଦାତା ରବର୍ଟ ଓ ବ୍ରାଏନ ସୂଚନା ଦେଇଥିବା ବେଳେ ଏହା ସହ ଜଡିତ ଥିବା ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଦାବି କରିଛନ୍ତି ।

china virus

ଖାଲି ସେତିକି ନୁହେଁ ଚିନ ବିରୋଧରେ ବିଶ୍ୱ ବାସୀ ଏକାଠି ହେବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ତେବେ ଏହି ପାଞ୍ଚଟି ଭୁତାଣୁ ବାବଦରେ ଏଯାବତ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । କିନ୍ତୁ କରୋନା ସଂକ୍ରମଣକୁ ନେଇ ସିଧାସଳଖ ଦାୟୀ କରିଛନ୍ତି ଆମେରିକାର ଏହି ଦୁଇ ବୈଜ୍ଞାନିକ । ସେମାନଙ୍କ ଅନୁଯାୟୀ ଉହାନର ପଶୁ ବଜାର କିମ୍ବା ପରୀକ୍ଷାଗାରରୁ ହିଁ ବ୍ୟାପିଛି ଏହି ମାରାତ୍ମକ ଭାଇରସ । ଅନ୍ୟ ପକ୍ଷରେ “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ” ଉପରେ ସିଧାସଳଖ ଆଙ୍ଗୁଠି ଉଠାଇଛନ୍ତି ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ । ଚିନ ଚାପରେ ହିଁ ଏହି ସଂସ୍ଥା ବିଶ୍ବ ସମୁଦାୟକୁ ପ୍ରକୃତ ତଥ୍ୟ ଲୁଚାଇଥିବା ନେଇ ଅଭିଯୋଗ ଆଣିଛି ଏହି ଆମେରିକୀୟ ସଂସ୍ଥା ।

କହି ରଖିବା ଉଚିତ ହେବକି, ବିଶ୍ୱ ବ୍ୟାପି ୪୪ ଲକ୍ଷ ୩୦ ହଜାର ୨୪୨ ଜଣଙ୍କୁ ଆକ୍ରାନ୍ତ କରିସାରିଲେଣି । ଯେବେକି ୨ ଲକ୍ଷ ୯୮ ହଜାର ୧୮୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ୧୬ ଲକ୍ଷ ୬୧ ହଜାର ୫୩୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଗତ ଡିସେମ୍ବର ମାସ ଶେଷ ଶେଷ ସପ୍ତାହରେ ହିଁ ଚୀନରେ ପ୍ରଥମ ଥର ପାଇଁ କରୋନା ଚିହ୍ନଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.