ରାଜ୍ୟ

ଫିଲ୍ମ ଷ୍ଟାଇଲରେ ନୟାଗଡ଼ରୁ ଯୁବତୀଙ୍କୁ କିଡନାପ୍ ଘଟଣା:  ଧରା ପଡିଲେ ୩ ଅଭିଯୁକ୍ତ

ନୟାଗଡ଼(କେନ୍ୟୁଜ୍): ଫିଲ୍ମ ଷ୍ଟାଇଲରେ ଆସିଲେ ଓ  ଜଣେ ଯୁବତୀଙ୍କୁ ଅପହରଣ କରି ନେଇଗଲେ । ନୟାଗଡ଼ ଟାଉନ ଥାନା ସିନ୍ଦୁରିଆ ଅଞ୍ଚଳର ଦୁଇଜଣ ଯୁବତୀ ଘରକୁ ଫେରୁଥିବା ବେଳେ ଏକ କାରରେ ତିନି ଜଣ ଯୁବକ ଆସି ସେମାନଙ୍କୁ ଛୁରୀ ଦେଖାଇ ଜଣେ ଯୁବତୀଙ୍କୁ ଅପହରଣ କରିନେବାରେ ସଫଳ ହୋଇଥିଲେ । ପରେ ସିସି ଟିଭି ଫୁଟେଜକୁ ଆଧାର କରି ଟାଉନ ଥାନା ପୋଲିସ ବିଭିନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଧରା ପଡିଥିବା ତିନି ଯୁବକ ହେଲେ, ଗଂଜାମ  ଜିଲ୍ଲା  ଧରାକୋଟ  ଅଞ୍ଚଳର  ଜମିର ଖାଁ, ଗୋଷାଣି ନୂଆଗାଁ ଥାନା ଅଞ୍ଚଳର ସୁକାନ୍ତ କୁମାର ରାଉତରାୟ ଓ କଳାହାଣ୍ଡି ଜିଲ୍ଲା ପରମାନନ୍ଦପୁର ଗାଁର ଦିନେଶ ବିନ୍ଧାଣି  । ପୋଲିସ ସେମାନଙ୍କ ନିକଟରୁ ଏକ ଭୁଜାଲି ଏବଂ କାର ଜବତ କରିଛି । ତେବେ କେଉଁ କାରଣରୁ ସେମାନେ ଯୁବତୀଙ୍କୁ ଅପହରଣ କରିଥିଲେ ଜଣା ପଡି ନାହିଁ । ପୋଲିସ ତିନି ଯୁବକଙ୍କୁ ଜେଲ ହଜାତକୁ ପଠେଇଛି ।

 

 

 

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago