ରାଜ୍ୟ

ରାଜ୍ୟରେ ନାହିଁ କରୋନା ଭୟ: କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ଆୟର୍ଲାଣ୍ଡ ନାଗରିକଙ୍କ ସମେତ ୧୦ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍

ଭୁବନେଶ୍ବର: କରୋନାକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଏଯାଏ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ଆୟର୍ଲାଣ୍ଡ ନାଗରିକଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏସସିବି, ଏମକେସିଜି, ଭିମସାର ଓ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ସନ୍ଦିଗ୍ଧଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି । କରୋନା ସତର୍କତା ପାଇଁ ୧୦ଟି ଦିଗରେ ଫୋକସ କରୁଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର ସ୍ଥିତ ଆରଏମଆରସିରେ ଟେଷ୍ଟିଂ ଫାସଲିଟି ଆରମ୍ଭ ହେଲାଣି । ବିମାନ ବନ୍ଦର ଓ ବନ୍ଦରରେ ଥର୍ମାଲ ସ୍କ୍ରିନିଂ କରାଯାଉଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ୩ଟି ଟେଲିଫୋନ ନମ୍ବର ଜାରି କରାଯାଇଛି । ସୁସ୍ଥ ଲୋକ ମାସ୍କ ନ ପିନ୍ଧିବାକୁ ଅନୁରୋଧ କରାଯାଇଛି । ଯାହାକୁ ଥଣ୍ଡା, କାଶ ସେମାନେ ମାସ୍କ ପିନ୍ଧନ୍ତୁ । ଗୁଜବରେ ବିଶ୍ୱାସ ନ କରିବା କିମ୍ବା ଅଯଥା ଭୟଭୀତ ନହେବା ପାଇଁ କୁହାଯାଇଛି ।

KNews Bureau

Recent Posts

ଟି୨୦ ବିଶ୍ବକପ: ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ

(କେନ୍ୟୁଜ): ଟି୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ । ୧୧୧…

13 mins ago

ଓଡ଼ିଶାରେ ସାମାନ୍ୟ ବଢ଼ିଲା ପେଟ୍ରୋଲ ଦର: ଜାଣନ୍ତୁ ଆଉ କେଉଁଠି କେତେ ଅଛି ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

34 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

47 mins ago

କାଶୀପୁରରେ ଅଜଣା ରୋଗ ଆତଙ୍କ : ଗଲାଣି ୪ ଶିଶୁଙ୍କ ଜୀବନ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ ପୁଣି ଅଜଣା ରୋଗ ଆତଙ୍କ । ଦୁର୍ଗମ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ…

1 hour ago

୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ: ପଶ୍ଚିମରେ ଡହଡହ ଖରା, ଉପକୂଳରେ ଅସହ୍ୟ ଗରମ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତାତିରୁ ନିସ୍ତାର ନାହିଁ । ପଶ୍ଚିମରେ ଡହଡହ ଖରା ସାଙ୍ଗକୁ ଉପକୂଳରେ ଅସହ୍ୟ ଗରମ ଓ…

1 hour ago

ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହଟିଲା ପ୍ରତିବନ୍ଧକ

ପୁରୀ (କେନ୍ୟୁଜ) : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର । ମଙ୍ଗଳ ଆଳତୀ ପରେ ପ୍ରଥମେ ଶ୍ରୀମନ୍ଦିରର ୪ ଦ୍ବାର…

2 hours ago