ରାଜ୍ୟରେ ନାହିଁ କରୋନା ଭୟ: କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ଆୟର୍ଲାଣ୍ଡ ନାଗରିକଙ୍କ ସମେତ ୧୦ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍

ଭୁବନେଶ୍ବର: କରୋନାକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଏଯାଏ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ଆୟର୍ଲାଣ୍ଡ ନାଗରିକଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏସସିବି, ଏମକେସିଜି, ଭିମସାର ଓ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ସନ୍ଦିଗ୍ଧଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି । କରୋନା ସତର୍କତା ପାଇଁ ୧୦ଟି ଦିଗରେ ଫୋକସ କରୁଛନ୍ତି ରାଜ୍ୟ ସରକାର ।

coronavirusଭୁବନେଶ୍ୱର ସ୍ଥିତ ଆରଏମଆରସିରେ ଟେଷ୍ଟିଂ ଫାସଲିଟି ଆରମ୍ଭ ହେଲାଣି । ବିମାନ ବନ୍ଦର ଓ ବନ୍ଦରରେ ଥର୍ମାଲ ସ୍କ୍ରିନିଂ କରାଯାଉଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ୩ଟି ଟେଲିଫୋନ ନମ୍ବର ଜାରି କରାଯାଇଛି । ସୁସ୍ଥ ଲୋକ ମାସ୍କ ନ ପିନ୍ଧିବାକୁ ଅନୁରୋଧ କରାଯାଇଛି । ଯାହାକୁ ଥଣ୍ଡା, କାଶ ସେମାନେ ମାସ୍କ ପିନ୍ଧନ୍ତୁ । ଗୁଜବରେ ବିଶ୍ୱାସ ନ କରିବା କିମ୍ବା ଅଯଥା ଭୟଭୀତ ନହେବା ପାଇଁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.