ଦୁର୍ଘଟଣାର ଶିକାର ହେଲେ ଜାହ୍ନବୀ କପୁର, ଡାହାଣ ହାତରେ ଲାଗିଲା ଗୁରୁତର ଆଘାତ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ଜାହ୍ନବୀଙ୍କ ଡାହାଣ ହାତରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଏହା ସତ୍ତ୍ୱେ ଫିଟ୍‌ନେସ୍‌ ପ୍ରତି ତାଙ୍କର ଡେଡିକେଶନ ବୁଲ୍‌କୁଲ ବି କମିନାହିଁ। ସେ ନିଜ ଜିମ୍‌ ସେଶନ ପୂରା କରିଛନ୍ତି।

ଶୁଟିଂ ସମୟରେ କିମ୍ବା ଜିମ୍‌ରେ ଓ୍ଵାର୍କଆଉଟ୍‌ କରିବା ସମୟରେ ଜାହ୍ନବୀଙ୍କୁ ଆଘାତ ଲାଗିଥିବା ଅନୁମାନ କରାଯାଉଛି। କହି ରଖୁଛୁ, ଜାହ୍ନବୀ କେବେ ବି ଜିମ୍‌ ଯିବା ମିସ୍‌ କରନ୍ତି ନାହିଁ। ଚଳିତବର୍ଷ ସେ କାରଗିଲ୍‌ ଯୁଦ୍ଧର ପାଇଲଟ ଗୁଞ୍ଜନ ସକ୍‌ସେନାଙ୍କ ବାୟୋପିକ୍‌ ‘ଗୁଞ୍ଜନ ସକ୍‌ସେନା: ଦ କାରଗିଲ୍‌ ଗାର୍ଲ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.