Categories: ରାଜ୍ୟ

ଓଡ଼ିଶା ଲାଗୁ ହେବ ନାହିଁ ଏନଆରସି, ମୁସଲିମ ଭାଇଉଭଣୀ ଭୟଭୀତ ନହେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟରେ ଲାଗୁ ହେବ ନାହିଁ ଏନଆରସି। ଓଡ଼ିଶାରେ ବାସ କରୁଥିବା ମୁସଲିମ ଭାଇଭଉଣୀ ମାନେ ଆଦୌ ଭୟଭୀତ ହେବା ଆବଶ୍ୟକ ନାହିଁ। ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ରାଜ୍ୟସରକାରଙ୍କ ଉପରେ ଭରସା ରଖିବାକୁ ମୁସଲିମ ଭାଇଭଉଣୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁସଲିସ ସଂପ୍ରଦାୟର ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହା କହିଛନ୍ତି ପ୍ରତିନିଧିମଣ୍ଡଳୀ। ଏନଆରସି ଠାରକୁ ସିଏବି ସଂପୂର୍ଣ୍ଣ ଅଲଗା ପ୍ରସଙ୍ଗ। ଏହାକୁ ନେଇ ଚିନ୍ତିତ ନହେବାକୁ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିବା ସେମାନେ ପ୍ରକାଶ କରିଛନ୍ତି।

ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ୪ ଜିଲ୍ଲା ମୁସଲିମ ସଙ୍ଗଠନର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ନାଗରିକତା ସଂଶୋଧନ ବିଲ୍‌-ସିଏବିକୁ ନେଇ ଓଡ଼ିଶାରେ ବଢୁଛି ବିରୋଧ । ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୁଦ୍ଧ ଓ ପାର୍ସିଙ୍କୁ ଭାରତୀୟ ନାଗରିକତା ମିଳିବ । ଏହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ମୁସଲମାନ । ବିଲ୍‌କୁ ରଦ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ମୁସଲିମ ସଂଗଠନ ପକ୍ଷରୁ ଦାବି ହେଉଛି।

 

KNews Bureau

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago