ଓଡ଼ିଶା ଲାଗୁ ହେବ ନାହିଁ ଏନଆରସି, ମୁସଲିମ ଭାଇଉଭଣୀ ଭୟଭୀତ ନହେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟରେ ଲାଗୁ ହେବ ନାହିଁ ଏନଆରସି। ଓଡ଼ିଶାରେ ବାସ କରୁଥିବା ମୁସଲିମ ଭାଇଭଉଣୀ ମାନେ ଆଦୌ ଭୟଭୀତ ହେବା ଆବଶ୍ୟକ ନାହିଁ। ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ରାଜ୍ୟସରକାରଙ୍କ ଉପରେ ଭରସା ରଖିବାକୁ ମୁସଲିମ ଭାଇଭଉଣୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁସଲିସ ସଂପ୍ରଦାୟର ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହା କହିଛନ୍ତି ପ୍ରତିନିଧିମଣ୍ଡଳୀ। ଏନଆରସି ଠାରକୁ ସିଏବି ସଂପୂର୍ଣ୍ଣ ଅଲଗା ପ୍ରସଙ୍ଗ। ଏହାକୁ ନେଇ ଚିନ୍ତିତ ନହେବାକୁ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିବା ସେମାନେ ପ୍ରକାଶ କରିଛନ୍ତି।

muslimବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ୪ ଜିଲ୍ଲା ମୁସଲିମ ସଙ୍ଗଠନର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ନାଗରିକତା ସଂଶୋଧନ ବିଲ୍‌-ସିଏବିକୁ ନେଇ ଓଡ଼ିଶାରେ ବଢୁଛି ବିରୋଧ । ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୁଦ୍ଧ ଓ ପାର୍ସିଙ୍କୁ ଭାରତୀୟ ନାଗରିକତା ମିଳିବ । ଏହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ମୁସଲମାନ । ବିଲ୍‌କୁ ରଦ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ମୁସଲିମ ସଂଗଠନ ପକ୍ଷରୁ ଦାବି ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.