Categories: ରାଜ୍ୟ

ଥାନାରେ ଆତ୍ମସମର୍ପଣ କଲେ ନିହାରିକାଙ୍କ ପ୍ରେମିକ, ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ

ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ନିହାରିକାଙ୍କ ବୟଫ୍ରେଣ୍ଡ ଆତ୍ମସମର୍ପଣ କରିଥିବା ସୂଚନା । ବିରିଡି ଥାନାରେ କିଶୋର ଅଞ୍ଚଳ ଓରଫ ରାଜା ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ରାଜାକୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ ।

ଜଗତସିଂହପୁରର ନର୍ସ ନିହାରିକା ହତ୍ୟାକାଣ୍ଡକୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି। ତଦନ୍ତ ପାଇଁ ୪ଜଣିଆ ଟିମ ଗଠିତ ହୋଇଛି। ସେପଟେ ନିହାରୀକାଙ୍କ ଗାଁ ଭିଙ୍ଗାରପୁରକୁ ଏବେ ବିଭିନ୍ନ ରାଜନୈତିକ ଦଳ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ବିଧାୟକ ଅରବିନ୍ଦ ଢାଲି ନିହାରିକାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଆଇନ ଆଖିରେ ସମସ୍ତେ ସମାନ। ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡବିଧାନ ହେବ ବୋଲି କହିଛନ୍ତି ଅରବିନ୍ଦ ଢାଲି। ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଦୋଷୀ ବିରୋଧରେ କଠୋର ଦଣ୍ଡ ଦାବି କରିଛି।

ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍‌ପିଟାଲରେ ନିହାରିକାଙ୍କ ବାପାମା। ବିଲୁଆଖାଇ ନଦୀପଠାରୁ ନିହାରିକା ପାତ୍ରଙ୍କ ଅଖାରେ ବନ୍ଧା ଅବସ୍ଥାରେ ମୃତଦେହ ମିଳିଥିଲ। ତେବେ ଏହା ପାଣିରେ ରହି ଫୁଲି ଯାଇଥିବାରୁ ଏହାର ଚିହ୍ନଟ ପାଇଁ ବାପାମାଙ୍କ ଡିଏନଏ ଟେଷ୍ଟ କରାଯାଉଛି। ପୂର୍ବରୁ ନିହାରିକାଙ୍କ ପରିବାର କିନ୍ତୁ ମୃତଦେହକୁ ଚିହ୍ନଟ କରିଛନ୍ତି। ପରିବାର କିନ୍ତୁ କହିଛନ୍ତି, ରାଜା ତାଙ୍କ ଝିଅକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଛି । ସେପଟେ ନିହାରିକା କାମ କରୁଥିବା ନର୍ସିଂହୋମ୍‌ର ସିସିଟିଭି ଫୁଟେଜ୍‌ ବି ସାମ୍ନାକୁ ଆସିଛି । ଏବେ ପୋଷ୍ଟମର୍ଟମ ଓ ଡିଏନ୍‌ଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

21 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago