ରାଜ୍ୟ

ଆସିଲା ଫେବ୍ରୁଆରୀ ଗାଇଡଲାଇନ୍‌, ଏସବୁ କଟକଣା ହେଲା କୋହଳ

କେନ୍ୟୁଜ୍(ବ୍ୟୁରୋ): ଆସିଲା ଫେବ୍ରୁଆରୀ ଗାଇଡଲାଇନ୍‌ । କରୋନା ସଂକ୍ରମଣ କମୁଛି । କଟକଣା ସାମାନ୍ୟ କୋହଳ କଲେ ସରକାର ।  କମିଲା ନାଇଟ୍‌ କର୍ଫ୍ୟୁ ଅବଧି । ଏଣିକି ସବୁ ସହରାଞ୍ଚଳରେ ରାତି ୧୦ ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ପୂର୍ବରୁ ରାତି ୯ଟାରୁ ସକାଳ ୫ଟା ଯାଏ ଥିଲା ରାତ୍ରିକାଳୀନ କଟକଣା ଥିଲା । ଏଣିକି ମାର୍କେଟ, ମଲ୍‌, ସିନେମା ହଲ୍‌, ଥିଏଟର ସବୁ ରାତି ୧୦ଟା ଯାଏ ଖୋଲା ରହିବ । ନାଇଟ କର୍ଫ୍ୟୁ ଅବଧି କମାଇବା ପାଇଁ ଦାବି ହୋଇଥିଲା ।

ଫେବ୍ରୁଆରୀ ଗାଇଡ୍‌ଲାଇନ୍‌ ଅନୁସାରେ, ସର୍ବସାଧାରଣ ସ୍ଥାନରେ ବିନା ଶ୍ରଦ୍ଧାଳୁରେ ପାଳନ ହେବ ସରସ୍ୱତୀ ପୂଜା । ଶିକ୍ଷାନୁଷ୍ଠାନରେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍‌ କଟକଣାରେ ସରସ୍ୱତୀ ପୂଜା ପାଳନକୁ ଅନୁମତି ଦିଆଯିବ । ମାଘ ସପ୍ତମୀ ବୁଡ ଉପରେ ଲାଗିଛି କଟକଣା । ଜଳାଶୟରେ ଭିଡ଼କୁ ଦୃଷ୍ଟିରେ ରଖି ମାଘ ସପ୍ତମୀ ବୁଡ଼ ପକାଇବା ମନା । ସବୁ ସରକାରୀ ଅଫିସ କୋଭିଡ୍‌ କଟକଣାରେ ଶତ ପ୍ରତିଶତ କର୍ମଚାରୀରେ ଚାଲିବ । ବିବାହ, ବ୍ରତଘର ଓ ଶୁଦ୍ଧି କ୍ରିୟାରେ ପୂର୍ବଭଳି କଟକଣା ବଳବତ୍ତର ରହିଲା । ବିବାହରେ ସର୍ବାଧିକ ୧୦୦ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ସାମିଲ ହେବେ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି ।

ରାଜ୍ୟରେ ତଳ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ୧୦ହଜାରରୁ ୫ ହଜାର, ଆଉ ଏବେ ୩ ହଜାରକୁ ଖସିଛି ଦୈନିକ କେସ୍‌ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୩୨୯ ଆକ୍ରାନ୍ତ । ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୯ ଜିଲ୍ଲାରେ ଶହେ ଉପରେ ରହିଛି ନୂଆ ପଜିଟିଭ୍‌ । ସଂକ୍ରମଣ ହାର ରହିଛି ୫.୮୭ ପ୍ରତିଶତ । ପଜିଟିଭିଟି ରେଡ୍‌ ଜୋନରେ ୫ ଜିଲ୍ଲା ଖୋର୍ଦ୍ଧା, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ କଳାହାଣ୍ଡି ।

ଆକ୍ଟିଭ୍‌ କେସ୍‌ ରେଡ୍‌ ଜୋନରେ କେବଳ ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ଼ ଜିଲ୍ଲା ରହିଛି । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିଲେ ବି ସତର୍କ ରହିବାକୁ ପଡ଼ିବ । କେତେବେଳେ ବି ବାଉନ୍ସ ବ୍ୟାକ୍‌ କରିପାରେ କରୋନା ।  ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୮ ଜଣ ସଂକ୍ରମିତଙ୍କର ଜୀବନ ନେଇଛି ମହାମାରୀ । ରାଜ୍ୟରେ ଡେଲ୍‌ଟା କେସ୍‌ ଏବେ ବି ରହିଛି । ଏଥିପାଇଁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । .

KNews Bureau

Recent Posts

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

4 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

5 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

52 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

54 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

1 hour ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 hour ago