Categories: ରାଜ୍ୟ

ନୀଳଗିରିରେ ଚାଲିଛି ଅପରେସନ ଗଜରାଜ, ଏପଟେ ହାତୀଙ୍କ ଚଳପ୍ରଚଳ ନେଇ କେନ୍ଦୁଝରରେ ପ୍ରତିବାଦ

ବାଲେଶ୍ୱର (କେନ୍ଯୁଜ୍) : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଚାଲିଛି ଅପରେସନ ଗଜରାଜ । ଝାଡ଼ଖଣ୍ଡୀ ହାତୀଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଅଭିଯାନ କରାଯାଉଛି ।

ଏଥିରେ ନିୟୋଜିତ ହୋଇଛନ୍ତି ୨ଶହରୁ ଅଧିକ କର୍ମଚାରୀ । କିଛି ଦିନ ହେଲା ୫୭ଟି ଝାଡ଼ଖଣ୍ଡୀ ହାତୀ ନୀଳଗିରି ଅଞ୍ଚଳକୁ ପଶି ଆସିଛନ୍ତି । ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ତିନୋଟି ଘର ଭାଙ୍ଗିଛନ୍ତି । ଏହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ।

କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଚଳପ୍ରଚଳ ନେଇ ପ୍ରତିବାଦ

କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଚଳପ୍ରଚଳ ନେଇ ପ୍ରତିଦିନ ସଂଧ୍ୟାରେ ବିଦ୍ୟୁତ କାଟ୍‌ର ପ୍ରତିବାଦ । କେନ୍ଦୁଝର ସଦର ଥାନା ଶଙ୍କରପୁରରେ ରାସ୍ତା ଅବରୋଧ କରିଥିଲେ ଗାଁ ଲୋକ । ଫଳରେ ବହୁ ସମୟ ଧରି ଯାନବାହନ ଅଟକି ରହିଥିଲା । ଯାତ୍ରୀମାନେ ହଇରାଣ ହୋଇଥିଲେ । ହାତୀଙ୍କ ଚଳପ୍ରଚଳ ଯୋଗୁଁ ପ୍ରତିଦିନ ସଂଧ୍ୟାରେ କେନ୍ଦୁଝର ଜିଲ୍ଲାରେ ଅନେକ ସ୍ଥାନରେ ବିଦ୍ୟୁତ କାଟ୍‌ କରାଯାଉଥିବା ଅଭିଯୋଗ ହୋଇଛି । ଫିଡରକୁ କାଟିବା ପରେ ସାରା ଅଞ୍ଚଳ ଅନ୍ଧାର ହୋଇଯାଇଥିବାରୁ ଅସନ୍ତୋଷ ପ୍ରକାଶ    ପାଇଛି ।

 

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

45 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago