Below header

ନୀଳଗିରିରେ ଚାଲିଛି ଅପରେସନ ଗଜରାଜ, ଏପଟେ ହାତୀଙ୍କ ଚଳପ୍ରଚଳ ନେଇ କେନ୍ଦୁଝରରେ ପ୍ରତିବାଦ

ବାଲେଶ୍ୱର (କେନ୍ଯୁଜ୍) : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଚାଲିଛି ଅପରେସନ ଗଜରାଜ । ଝାଡ଼ଖଣ୍ଡୀ ହାତୀଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଅଭିଯାନ କରାଯାଉଛି ।

୦୯ଏଥିରେ ନିୟୋଜିତ ହୋଇଛନ୍ତି ୨ଶହରୁ ଅଧିକ କର୍ମଚାରୀ । କିଛି ଦିନ ହେଲା ୫୭ଟି ଝାଡ଼ଖଣ୍ଡୀ ହାତୀ ନୀଳଗିରି ଅଞ୍ଚଳକୁ ପଶି ଆସିଛନ୍ତି । ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ତିନୋଟି ଘର ଭାଙ୍ଗିଛନ୍ତି । ଏହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ।

କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଚଳପ୍ରଚଳ ନେଇ ପ୍ରତିବାଦ

xcକେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଚଳପ୍ରଚଳ ନେଇ ପ୍ରତିଦିନ ସଂଧ୍ୟାରେ ବିଦ୍ୟୁତ କାଟ୍‌ର ପ୍ରତିବାଦ । କେନ୍ଦୁଝର ସଦର ଥାନା ଶଙ୍କରପୁରରେ ରାସ୍ତା ଅବରୋଧ କରିଥିଲେ ଗାଁ ଲୋକ । ଫଳରେ ବହୁ ସମୟ ଧରି ଯାନବାହନ ଅଟକି ରହିଥିଲା । ଯାତ୍ରୀମାନେ ହଇରାଣ ହୋଇଥିଲେ । ହାତୀଙ୍କ ଚଳପ୍ରଚଳ ଯୋଗୁଁ ପ୍ରତିଦିନ ସଂଧ୍ୟାରେ କେନ୍ଦୁଝର ଜିଲ୍ଲାରେ ଅନେକ ସ୍ଥାନରେ ବିଦ୍ୟୁତ କାଟ୍‌ କରାଯାଉଥିବା ଅଭିଯୋଗ ହୋଇଛି । ଫିଡରକୁ କାଟିବା ପରେ ସାରା ଅଞ୍ଚଳ ଅନ୍ଧାର ହୋଇଯାଇଥିବାରୁ ଅସନ୍ତୋଷ ପ୍ରକାଶ    ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.