Below header

ସିବିଆଇ ବିବାଦ ମାମଲାରେ ପୁଣି ଘୁଞ୍ଚିଲା ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ସିବିଆଇ ବିବାଦ ମାମଲାରେ ପୁଣି ଘୁଞ୍ଚିଲା ଶୁଣାଣି । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆଲୋକ ବର୍ମାଙ୍କ ରିପୋର୍ଟ ଲିକ୍‌ ନେଇ ବିରକ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଆଲୋକ ବର୍ମାଙ୍କ ରିପୋର୍ଟ କିପରି ମିଡିଆକୁ ଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଏଥିରେ ବିରକ୍ତି ପ୍ରକାଶ କରି ପ୍ରଧାନ ବିଚାରପତି କହିଥିଲେ ଯେ, ଆପଣଙ୍କ ମଧ୍ୟରୁ କେହି ଶୁଣାଣି ପାଇଁ ଯୋଗ୍ୟ ନୁହଁ । ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ-ସିଭିସି ଦେଇଥିବା ତଦନ୍ତ ରିପୋର୍ଟ ଉପରେ ଉତ୍ତର ରଖିଥିଲେ ଛୁଟିରେ ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ବନ୍ଦ ଲଫାପାରେ ସୁପ୍ରିମକୋର୍ଟରେ ସେ ଜବାବ ଦାଖଲ କରିଛନ୍ତି । ପୂର୍ବରୁ ଗତ ୧୨ ତାରିଖରେ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାରେ ସିଭିସି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ଯୋଗୁଁ ଅଡୁଆ ପରିସ୍ଥିତି ସୃ୍‌ଷ୍ଟି ହୋଇଛି । ରାତି ଅଧିଆ ଛୁଟିରେ ପଠାଇବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ଏହାର ତଦନ୍ତ କରିବା ପାଇଁ ସିଭିସିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.