ଟଏଲେଟରେ କରାଯାଇଥିବା ନିତି ଦିନିଆ ଭୁଲ, ହୋଇପାରେ ଅନେକ ରୋଗର କାରଣ

ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ କାମ କରିଥାଉ ଯାହାର ସିଧା ସଳଖ ପ୍ରଭାବ ଆମ ସ୍ବାସ୍ଥ୍ଯ ଉପରେ ପଡ଼ିଥାଏ। ତାହା ମଧ୍ୟରେ ସାମିଲ ରହିଛି ଟଏଲେଟରେ କରାଯାଇଥିବା ନିତି ଦିନିଆ କିଛି ଭୁଲ। ଠିକ୍ ସମୟରେ ଟଏଲେଟ ଯିବା ସ୍ବାସ୍ଥ୍ଯ ପାଇଁ ଭଲ କିନ୍ତୁ ଏହି ସମୟରେ କରିଥିବା ଛୋଟ ଭୁଲ ଆମ ଶରୀରରେ ପ୍ରତି ହୋଇଥାଏ ହାନିକାରକ। ଆପଣ ଏହି ଭୁଲ ଅଜାଣତରେ କରୁଥିଲେ ମଧ୍ୟ ତାହାର ଖରାପ ପ୍ରଭାବରେ ଆପଣଙ୍କ ଶରୀରରେ ପଡ଼ିଥାଏ। ଆସନ୍ତୁ ଜାଣିବା ଟଏଲେଟରେ କେଉଁ କଥା ଉପରେ ଧ୍ୟାନ ରଖିବା ଆବଶ୍ଯକ।

toilet

-ଟଏଲେଟ ସିଟ ଉପରେ କେବେ ମଧ୍ୟ ୧୦ ମିନିଟରୁ ଅଧିକ ସମୟ ବସିବା ଉଚିତ୍ ନୁହଁ। ଏହା ଦ୍ବାରା ଶରୀରର ତଳ ଅଂଶର ମାଂସପେଶୀରେ ପ୍ରଭାବ ପଡ଼ିଥାଏ, ଯାହା ଫଳରେ ଶରୀରରେ ସମସ୍ଯା ଦେଖାଯାଇଥାଏ।

-ଆଜିକାଲି ମୋବାଇଲର କ୍ରେଜ ଏତେ ମାତ୍ରାରେ ବଢ଼ିଗଲାଣି ଯାହା ଫଳରେ ଅଧିକାଂଶ ଲୋକ ଟଏଲେଟକୁ ମଧ୍ୟ ମୋବାଇଲ ନେଇ ଯାଉଥିବା ଦେଖିବାକୁ ମିଳୁଛି। ଏହା ଦ୍ବାରା ଟଏଲେଟ ସିଟ ତଥା ସେହି ପାର୍ଶ୍ବରେ ଥିବା ସମସ୍ତ ପ୍ରକାର ଜୀବାଣୁ ମୋବାଇଲରେ ଲାଗିଥାଏ। ଫଳର ତାହା ଆମ ଶରୀର ମଧ୍ୟରେ ପ୍ରବେଶ କରିବା ସହ ପେଟ ଜନିତ ସମସ୍ଯା ଏବଂ ଫୁଡ଼ପଏଜେନିଂ ମଧ୍ୟ ଦେଖାଯାଇଥାଏ।

toilet 2

-ସାଧାରଣତଃ ଟଏଲେଟ ସଫା କରିବା ପାଇଁ ବ୍ଳିଚିଂ ପାଉଡ଼ର ଏବଂ ଅନେକ ହାର୍ଡ଼ ପ୍ରଡ଼କ୍ଟ ବ୍ଯବହାର କରାଯାଇଥାଏ। ଏଥିରେ ଏପରି କିଛି କେମିକାଲ ରହିଥାଏ ଯାହା ପାଣି ସଂସପର୍ଶରେ ଆସିବା ପରେ ମଧ୍ୟ ଟଏଲେଟରେ ରହିଯାଇଥାଏ । ଫଳରେ ପରେ ତାହା ଶରିରରେ ଲାଗିବା ସହ କୁଣ୍ଡିଆ ଏବଂ ଆଖି ଜଳିବା ଆଦି ସମସ୍ଯା ସଷ୍ଟି କରିଥାଏ।

toilet 4

-ଅନେକ ଲୋକ ଟଏଲେଟରେ  ଟିସୁ ବା ପ୍ଯାଡ଼କୁ ପ୍ଳସ ମାରି ଦେଇଥାନ୍ତି। ଯାହା ପରେ ଡ଼୍ରେନେଜକୁ ଜାମ କାରିଥାଏ। ଏପରିକି ଏହା ଦ୍ବାରା ଘର ପରିସରରେ ସ୍ବରେଜ୍ ବନ୍ଦ ହେବା ସହ ଅଧିକ ବ୍ଯାକ୍ଟେରିଆ ବ୍ଯାପିବାର ସମ୍ଭାବନା ରହିଥାଏ।

-ଆପଣଙ୍କୁ ଅପରିଷ୍ମାର ଲାଗିଲେ ମଧ୍ୟ ଦୈନିକ ଟଏଲେଟରେ ନିଜର ମଳ ଦେଖିବା ଉଚିତ୍। ଏହା ଦ୍ବାରା ଆପଣଙ୍କ ପାଚନକ୍ରିୟା ସଠିକ୍ ଭାବେ ହେଉଛି କି ନାହିଁ ଆପଣ ଜାଣିପାରିବେ।

toilet 3

-ଏହି ଛୋଟ ଭୁଲ ସବୁବେଳେ ସମସ୍ତେ କରନ୍ତି ଯାହା ପରେ ରୋଗର କାରଣ ପାଲଟିଥାଏ। ଟଏଲେଟ ବ୍ଯବହାର କରିବା ପରେ ତାହର ଢ଼ାଙ୍କୁଣି ଦେଇନଥାନ୍ତି। ଯାହା ଫଳରେ ଟଏଲେଟରେ ଥିବା ବ୍ଯାକ୍ଟେରିଆ ବାଥରୁମ ଏବଂ ଘରେ ବ୍ଯାପିବାର ଆଶାଙ୍କା ରହିଥାଏ। ଏଣୁ ସବୁବେଳେ ଟଏଲେଟ କରିବା ପରେ ତାହାର ଢ଼ାଙ୍କୁଣି ଦେବାକୁ ଭୁଲନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.