ନାରୀକୁ ଅସମ୍ମାନ ପୋଷ୍ଟର, ବିବାଦ ଘନେଇବା ପରେ ଦୂତୀ ଚାନ୍ଦଙ୍କୁ କ୍ଷମା ମାଗିଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ମିଷ୍ଟର କହ୍ନେୟା ପୋଷ୍ଟର ବିବାଦରେ ଫସିଥିବା ଅଭିନେତା ପପୁ ପମ୍‌ପମ୍‌ ଶେଷରେ କ୍ଷମା ମାଗିଛନ୍ତି ।
ବିବାଦୀୟ ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ଏକ ଅଡିଓ ସାମନାକୁ ଆସିବା ପରେ ଏହି ବିବାଦ ଆହୁରି ବଢ଼ି ଯାଇଥିଲା । ଅଡିଓରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତି ଚାନ୍ଦଙ୍କ ମାନହାନି ହେଲାଭଳି ମନ୍ତବ୍ୟ ଦିଆଯାଇଥିଲା । ସେହିପରି ଓଡିଆ ଫିଲ୍ମ ଶଲା ବୁଢାକୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦିଆଯାଇଥିଲା । ଏସବୁ ଉପରେ ପପୁ ଆଜି କ୍ଷମା ମାଗିଛନ୍ତି । ବିଶେଷ ଭାବେ ଦୂତୀ ଚାନ୍ଦଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ‘ଦୂତୀ ମୋ ଭଉଣୀ ଭଳି । ସେ ମୋତେ ପପୁ ଭାଇ ଡାକନ୍ତି । ଫିଲ୍ମ ସୁଟିଂ ବେଳେ ଅନେକ ଫଟୋସୁଟ୍‌ କରାଯାଇଥିଲା । ତେବେ ଯେଉଁ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି ତାହା ଏହି ଫିଲ୍ମର ନୁହେଁ । କି ସେ ବିଷୟରେ ମୁଁ ଜାଣି ନାହିଁ । ଏହି ପୋଷ୍ଟରକୁ ପ୍ରଡକସନ୍‌ ହାଉସ୍‌ ପକ୍ଷରୁ ଛଡ଼ାଯାଇ ନାହିଁ ବୋଲି ସେ କହିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago