ରାଜ୍ୟ

ବାପା ମା’ଙ୍କ କୋହରେ ଫାଟି ପଡୁଛି ଗାଁ ଦାଣ୍ଡ, କାନ୍ଦି କାନ୍ଦି କହୁଛନ୍ତି ତାଙ୍କ ପୁଅକୁ କିଏ ମାରି ଦେଇଛି……

ଜଳେଶ୍ୱର(କେ ନ୍ୟୁଜ): ଘରେ ପଡିଛି କାନ୍ଦ ବୋବାଳି । ସାହି ପଡିଶାଠୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ଯନ୍ତ ସମସ୍ତଙ୍କ ଆଖିରେ ଲୁହ । ସତେ ଯେମିତି ଦୁଖଃର ପାହାଡ ଛିଣ୍ତି ପଡିଛି ଏହି ପରିବାର ଉପରେ , ଏଇ ଘରକୁ ଯିଏ ଦିନେ ଆଲୁଅ ଦେଖାଇଥାନ୍ତା ସେ ଆଉ ଏ ଦୁନିଆରେ ନାହିଁ । ପୁଅର ଫଟୋକୁ ଦେଖି କାନ୍ଦି କାନ୍ଦି ଭୂଇଁରେ ଗଡୁଛନ୍ତି ବାପା ମା । ନିଜ ପେଟରୁ କାଟି ଭୋକଉପାସରେ ରହି ପୁଅକୁ ପାଠ ପଢାଉଥିଲେ । ସ୍ବପ୍ନ ଦେଖିଥିଲେ ପାଠ ପଢି ପୁଅ ଚାକିରୀ କରିବ ଏବଂ ବୁଢା ବୟସରେ ତାଙ୍କର ସାହାରା ହେବ । ମାତ୍ର ଦଇବ ସହିଲା ନାହିଁ , ମାତ୍ର ୧୯ ବର୍ଷ ବୟସରେ ସମସ୍ତଙ୍କୁ ଛାଡି ଚାଲିଗଲା ଆରପାରିକୁ । ନିମଷକେ ମଧ୍ଯ ରେ ଚୂରମାର ହୋଇଗଲା ବାପା ମାଙ୍କ ସବୁ ସ୍ବପ୍ନ । ପୁଅ ମରିବା ଦିନ ଠାରୁ ଘରେ ଚୂଲି ଜଳିନି । ନଖାଇ ନପିଇ ଗୋଟିଏ ବିଛଣାରେ ପଡି କାନ୍ଦୁଛନ୍ତି ପରିବାର ଲୋକେ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜମୂନାଶୂଳ ଗ୍ରାମର ଏହି ହୃଦୟ ବିଦାରକ କାହାଣୀ ସମସ୍ତଙ୍କୁ ଭାବବିହ୍ବଳ କରିବାକୁ ବାଧ୍ଯ କରୁଛି ।

ଗାଁର ତପନ ମଣ୍ତଳଙ୍କ ପୁଅ ଅମରେନ୍ଦ୍ର ଜଣେ ମେଧାବୀ ଛାତ୍ର । ମାଟ୍ରିକରେ ୫୩୨ ନମ୍ବର ରଖି ଉତୀର୍ଣ୍ଣ ହେବା ପରେ ଘରର ଆର୍ଥିକ ସମ୍ବଳ ନଥିବା ସତ୍ବେ ବାପା ମା ଧାର କରଜ କରି ବାଲେଶ୍ବରରେ ଏକ କଲେଜରେ ପୁଅର ଆଡମିଶନ କରାଇ ଥିଲେ | ସେଠାରେ ମଠସାହି ସ୍ଥିତ ବସନ୍ତ ନିବାସ ନାମକ ଏକ ଘରୋଇ ଛାତ୍ରାବାସରେ ରହି କଲେଜକୁ ଯିବା ଆସିବା କରୁଥିଲେ । ତେବେ କରୋନା କଟକଣା ଯୋଗୁଁ କଲେଜ ବନ୍ଦ ଥିବାରୁ ଅମରେନ୍ଦ୍ର ଗାଂଆ କୁ ପଳାଇ ଆସିବା ପରେ ଘରେ ରହି ଅନଲାଇନ କ୍ଲାସ କରୁଥିଲେ , ତେବେ ଗତ କିଛି ଦିନ ପୂର୍ବରୁ ଛାତ୍ରାବାସର ମାଲିକ ଅମରେନ୍ଦ୍ରଙ୍କୁ ଫୋନ କରି ଛାତ୍ରାବାସ ରହିବା ପାଇଁ ଡାକିଥିଲେ । ଏହାପରେ ଅମରେନ୍ଦ୍ର ବାପାଙ୍କ ଠାରୁ କିଛି ଟଙ୍କା ନେଇ ବାଲେଶ୍ବର ଯିବାପରେ ସେଠାରେ ଛାତ୍ରାବାସରେ ରହି ଅନଲାଇନ କ୍ଲାସ କରିବା ସହ ଟିଉସନ ହେଉଥିଲେ ।

ତେବେ ହଠାତ ଗତ ୧୨ ତାରିଖ ରେ ବେକରେ ରଶି ଲଗାଇ ଅମରେନ୍ଦ୍ର ଆତ୍ମହତ୍ଯା କରିଛି ବୋଲି ଛାତ୍ରାବାସର ମାଲିକ କେଶବ ଚନ୍ଦ୍ର ମହାନ୍ତି ତାଙ୍କ ଘରକୁ ଫୋନ କରି ଜଣାଇଥିଲେ । ପୁଅର ମୃତ୍ଯୁ ଖବର ଶୁଣି ବାପା ମା ବିଶ୍ବାସ କରି ପାରି ନଥିଲେ ପରିବାର ଲୋକେ ବାଲେଶ୍ବର ରେ ପହଞ୍ଚି ଅମରେନ୍ଦ୍ରଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ହେବା ସହ ପ୍ରବଳ ରକ୍ତସ୍ରାବ ହେଉଥିବା ମଧ୍ଯ ଦେଖିବାକୁ ପାଇ ଥିଲେ । ତେବେ ଛାତ୍ରାବାସର ମାଲିକ ଏହାକୁ ଆତ୍ମହତ୍ଯା କହୁଥିବା ବେଳେ କ୍ଷତଚିହ୍ନ ଏବଂ ରକ୍ତସ୍ରାବକୁ ଦେଖି ଏହା ଏକ ଯୋଜନାବଦ୍ଧ ହତ୍ଯାକାଣ୍ତ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଛାତ୍ରାବାସର ମାଲିକ ଅମରେନ୍ଦ୍ରଙ୍କୁ ଅତି ନିର୍ମମ ଭାବରେ ହତ୍ଯା କରି ଆତ୍ମହତ୍ଯାର ରୂପ ଦେବା ପାଇଁ ଝୁଲାଇ ଦେଇଛନ୍ତି ବୋଲି ଅମରେନ୍ଦ୍ରଙ୍କ ବାପା ଅଭିଯୋଗ କରିଛନ୍ତି ।

KNews Bureau

Recent Posts

ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ…

16 mins ago

ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି…

48 mins ago

ସ୍ୱାତି ମାଲିଓ୍ଵାଲ ମାମଲା: ଜୁନ୍‌ ୨୨ ଯାଏ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କ ମାମଲାରେ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ସ୍ୱାତି…

1 hour ago

ଭାରତର କେଉଁ ରାସ୍ତାରେ ହୋଇଥାଏ ସର୍ବାଧିକ ଦୁର୍ଘଟଣା? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭାରତରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୨୦୨୨…

1 hour ago

ଅଦିନିଆ ମେଘ ହେଲା କାଳ, ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର…

2 hours ago

ଗ୍ରାହକଙ୍କୁ ଝଟକା, ନିର୍ବାଚନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ଫଳାଫଳ ଘୋଷଣା ପରେ ଗ୍ରାହକଙ୍କୁ ଝଟକା ଦେଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ସେଲ୍ସ ଟାକ୍ସ…

2 hours ago