ବ୍ୟବସାୟ ଓ ଅର୍ଥନୀତି

ଆସନ୍ତା ମାସରୁ ମହଙ୍ଗା ହେବ ଟିଭି, ଫ୍ରିଜ ଏବଂ ଏସି, ୧୦-୧୨ % ବଢିଯିବ ଦାମ୍

ଯଦି ଆପଣ ଟିଭି, ଫ୍ରିଜ୍, ଏସି କିମ୍ବା ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ମାସରେ ହିଁ କିଣନ୍ତୁ କାରଣ ଆସନ୍ତା ମାସରୁ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି । କମ୍ପାନୀଗୁଡିକ କହିଛନ୍ତି ଯେ, କ୍ରମାଗତ ଭାବେ ଦ୍ରବ୍ୟ ମୂଲ୍ୟ ବଢିବା ସହ ଏବଂ ଅତ୍ୟାବଶ୍ୟକ ଉପାଦାନର ଅଭାବ ହେତୁ ସେମାନଙ୍କ ଉପରେ ବୋଝ ପଡୁଛି । ଆଉ ଏହି ବୋଝକୁ ହାଲୁକା କରିବା ପାଇଁ ଦାମ୍ ବଢାଯିବ। ଅନ୍ୟପଟେ ୱାର୍କ ଫ୍ରମ ହୋମ ସହ ଅନଲାଇନ କ୍ଲାସ ଯୋଗୁଁ ଲାପଟପର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

୨ ମାସର ଲକଡାଉନ ପରେ ବ୍ୟବସାୟୀମାନେ ପୁଣି ଥରେ ଦୋକାନ ଖୋଲିଛନ୍ତି, ତେଣୁ ଗ୍ରାହକଙ୍କୁ ବଡ଼ ରିହାତିର କମ୍ ବିକଳ୍ପ ମିଳିବ । ଚଳିତ ବର୍ଷ ଜାନୁୟାରୀ ଆରମ୍ଭରୁ ଟିଭି, ଫ୍ରିଜ୍, ଏସି ଏବଂ ଲାପଟପ୍ ପରି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଆଉ ଆସନ୍ତା ମାସରୁ କମ୍ପାନୀଗୁଡିକ ପୁଣି ୧୦ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ମୂଲ୍ୟ ବୃଦ୍ଧି ପଛରେ କମ୍ପାନୀଗୁଡିକ ଅନେକ କାରଣ କହିଛନ୍ତି ।

ଉଦାହରଣ ସ୍ୱରୂପ, ମାଇକ୍ରୋପ୍ରୋସେସର ଏବଂ ପ୍ୟାନେଲ ପରି ଅତ୍ୟାବଶ୍ୟକ ଉପାଦାନଗୁଡ଼ିକର ଅଭାବ, କଞ୍ଚାମାଲ ଏବଂ ତମ୍ବାର ମୂଲ୍ୟରେ ବୃଦ୍ଧି ହେବା ସାଙ୍ଗକୁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କଷ୍ଟମ୍ ଡ୍ୟୁଟିର ବୃଦ୍ଧି ହେତୁ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

Swagatika

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

17 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

48 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

50 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

53 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

60 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago