ଢେଙ୍କାନାଳ(କେନ୍ୟୁଜ୍): ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ ମୀନାବଜାରର ଏକ ଘରୋଇ କ୍ଲିନିକରେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବଉଳପୁର ଗ୍ରାମର ଅମିତ କୁମାର ଜେନା ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେଇ ଘରକୁ ଫେରାଇ ଦେଇଥିଲେ । ତେବେ ସେ ପୁଣି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସରସ୍ୱତୀ କ୍ଲିନିକରେ ଭର୍ତ୍ତି କରି ଡାକ୍ତର ସାଲାଇନ ଦେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଭୁଲ ଇଂଜେକ୍ସନ ଯୋଗୁଁ ଅମିତଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ଟାଉନ ଥାନାରେ ଏତଲା ମଧ୍ୟ ଦାଏର କରିଛନ୍ତି । ତେବେ ଅମିତଙ୍କର ହୃଦରୋଗ ଥାଇ ପାରେ ବୋଲି କହିଛନ୍ତି ଡାକ୍ତର । ପ୍ରାଥମିକ ଭାବେ ତାଙ୍କୁ ପେନକିଲର ଦିଆଯାଇଥିଲା । କିନ୍ତୁ ରକ୍ତଚାପ କମିବା ଫଳରେ ତାଙ୍କୁ ସେ ସାଲାଇନ ଦେଇଥିଲେ ବୋଲି ସଫେଇ ଦେଇଛନ୍ତି ଡାକ୍ତର । ତାଙ୍କ ପକ୍ଷରୁ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା ସେ କହିଛନ୍ତି ।
ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…
ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…
ଭୁବନେଶ୍ୱର(କେନ୍ୟୁଜ୍): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍ରେ କୋଲକାତା ନାଇଟ୍ ରାଇଡର୍ସ (KKR)…